ମା’କୁ ନିର୍ମମ ଭାବେ ହତ୍ୟା କଲେ ଦୁଇପୁଅ

ଭୁବନେଶ୍ବର : ମହାନଦୀବିହାର ଅଞ୍ଚଳରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଙ୍କର ଦୁଇପୁତ୍ର। ଏଭଳି ଏକ ହୃଦୟ ବିଦାରକ ଘଟଣାକୁ ନେଇ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୁଲିସ ପହଞ୍ôଚ ଦୁଇଟି ଛୁରି ଜବତ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି। ପାରିବାରିକ କଳହର କରୁଣ ପରିଣତି ସ୍ୱରୂପ ଦୁଇ ପୁଅ ମିଶି ନିଜ ମାଆଙ୍କୁ ହତ୍ୟା କରିଛନ୍ତି। ବଡ଼ ପୁଅ ଅଂଶୁମାନ ମହାନ୍ତି (୪୨)କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ସାନପୁଅ ଅନୁରାଗ ଅନୁରାଗ ମହାନ୍ତି (୩୭) ଫେରାର ହୋଇଯାଇଛି। ସୂଚନା ଅନୁସାରେ, କଟକ ମହାନଦୀ ବିହାରର ପ୍ଲଟ ନମ୍ବର -୭୧୪ର ଅନିତା ମହାନ୍ତି (୭୬)ତାଙ୍କ ଦୁଇପୁଅ ଅଂଶୁମାନ ଓ ଅନୁରାଗଙ୍କ ସହିତ ରହୁଥିଲେ। ତେବେ ଆଜି ସକାଳୁ ଘରର ଆସବାବପତ୍ର ସହ ଅନ୍ୟାନ୍ୟ ଜିନିଷ ବାହାରେ ପଡ଼ିଥିବା ସ୍ଥାନୀୟ ଅଞ୍ଚଳର ସମାଜସେବୀ ସଞ୍ଜୟ ଜେନା ଦେଖି ତାଙ୍କର ସନ୍ଦେହ ହୋଇଥିଲା। ଏଣୁ ସେ ଘର ଭିତରକୁ ପଶି ଅନିମାଙ୍କ ରକ୍ତାକ୍ତ ମୃତ ଦେହ ପଡ଼ିଥିବା ଦେଖିଥିଲେ। ମାଆଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଘର ଚଟାଣକୁ ପାଣି ଢାଳି ଧୋଇ ଦେଇଥିଲେ ଦୁଇ ଭାଇ। ସଂଜୟ ତୁରନ୍ତ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡ଼େଇଙ୍କୁ ଜଣାଇଥବଲେ। ଏନେଇ ଦୁହେଁ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି। ଏନେଇ ଚାଉଳିଅଗଞ୍ଜ ଥାନାରେ କେସ୍ ନଂ ୨୩୯/୨୦୨୪ ରୁଜୁ ହୋଇଛି। ଏଥିସହ ସାଇଣ୍ଟିଫିକ ଟିମ୍ ସହ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ପରେ ପୁରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରାୟ ୩ ବର୍ଷ ତଳେ ମୃତ ଅନିମାଙ୍କ ସ୍ୱାମୀ ଓ ତା’ର କିଛି ଦିନ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଥିଲା। ଦୁଇ ପୁଅ ସହିତ ସେ ରହୁଥିଲେ। ଦୁଇ ପୁଅ ଅବିବାହିତ ଥିବାବେଳେ କିଛି କାମ କରୁନଥିଲେ। କିଛି ଦିନ ପୂର୍ବରୁ ମା’ଙ୍କୁ ନେଇ ଦୁଇପୁଅ ଅନ୍ୟତ୍ର ଚାଲିଯାଇଥିଲେ। ଶୁକ୍ରବାର ମଧ୍ୟ ଦୁଇପୁଅ ତାଙ୍କୁ ନେଇ ଅଟୋରେ କେଉଁଆଡ଼େ ଯାଇଥିଲେ। ଘରର ସମସ୍ତ ଆସବାବପତ୍ର କବାଡ଼ିଆକୁ ବିକି ଦେଇଥିଲେ। ଦୁଇପୁଅ ମିଳିତଭାବେ ଏଭଳି କାଣ୍ଡ କାହିଁକି ଭିଆଇଛନ୍ତି ତାହାକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଛି। ତେବେ ପାରିପାର୍ଶିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଦୁଇ ପୁଅ ହିଁ ମା’କୁ ହତ୍ୟା କରିଛନ୍ତି ବୋଲି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁଇଭାଇ ମାନସିକ ବିକାରଗସ୍ତ ଏବଂ ଉଭୟ ଅବିବାହିତ। ଗତ ସପ୍ତାହରେ ଦୁହେଁ ରାସ୍ତାରେ ଉଲଗ୍ନ ହୋଇ ବୁଲୁଥିବା ବେଳେ ପୁଲିସ ସେମାନଙ୍କୁ ଧରିନେଇ ପରେ ଛାଡିଥିଲା। ଗତକାଲି ରାତିରେ ଦୁଇଭାଇଙ୍କ ମଧ୍ୟରେ କଳି ଓ ବାଡ଼ିଆପିଟା ହେଉଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button