ଶୋକାକୁଳ ପରିବେଶରେ ଶହୀଦଙ୍କୁ ଶଦ୍ଧାଞ୍ଜଳି

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରିପଦାର ୨୧ନଂ ଓ୍ୱାର୍ଡ ନିବାସୀ ବି.ଏସ.ଏଫ ର ସବଇସ୍ପେକ୍ଟର ଶଶାଙ୍କ ଶେଖର ନାଥ ଦେଶର ସେବାରେ ଥିବା ବେଳେ ଶହୀଦ ହୋଇଛନ୍ତି। ଗତ ୧୧ ତାରିଖ ସନ୍ଧ୍ୟାରେ ଶ୍ରୀନଗରର ରାଜୋରୀ ରେଞ୍ଜ ର ପୁଞ୍ଚ୍ ଠାରେ ପ୍ଲାଟୁନ୍ କମାଣ୍ଡର ଦାୟିତ୍ୱ ରେ ଥିବା ସମୟରେ ଶ୍ରୀ ନାଥଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟା ୭ଟାରେ ସେ ବାରିପଦା ରେ ଥିବା ପରିବାର ସହିତ କଥା ହେବାର ଘଣ୍ଟାଏ ପରେ ତାଙ୍କୁ ହୃଦଘାତ ହୋଇଥିଲା। ଶହୀଦ ଙ୍କ ଲାଗି ତାଙ୍କ ପରିବାର ଶୋକ ସହିତ ଗର୍ବ ମଧ୍ୟ ଅନୁଭବ କରିଛନ୍ତି। ଆଜି ସକାଳ ୬ଟାରେ ତାଙ୍କ ମୃତଦେହ ବାରିପଦା ୨୧ନଂ ଓ୍ୱାର୍ଡ ବାସଭବନରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯିବା ସହିତ ସ୍ଥାନୀୟ ଦାରୋଗାଡାହି ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ଅକାଳ ଓ ହଠାତ୍ ମୃତ୍ୟୁକୁ ପରିବାର ବର୍ଗ ବିଶ୍ୱାସ କରି ପାରୁ ନାହାନ୍ତି। ସେପଟେ ଶହୀଦ ଶାଶାଙ୍କ ନାଥ ନିଜର ୩୮ ବର୍ଷର ସେବା ମଧ୍ୟରେ ବହୁ ସାମରିକ ଅପରେସନରେ ଭାଗ ନେଇଛନ୍ତି। ବି.ଏସ.ଏଫ ର ଭିଜିଲାନ୍ସ ବିଭାଗରେ ମଧ୍ୟ ସେ ନିଜର ସେବା ପ୍ରଦାନ କରିଛନ୍ତି। ପୂରା ପରିବାର ସହିତ ତାଙ୍କ ଦୁଇ ପୁଅ ଶେଷକୃତ୍ୟରେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button