୨୦ ତାରିଖରୁ ଆଦିବାସୀ ମେଳା

ଭୁବନେଶ୍ୱର: ଚଳିତ ବର୍ଷ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ଆଦିବାସୀ ମେଳା’ ଆରମ୍ଭ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥାଆନ୍ତି । ଏଥିପାଇଁ ୧୫ଦିନ ଆଗରୁ ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଥାଏ । ଏଥର ଫେବ୍ରୁଆରୀ ମାସ ୨୦ ତାରିଖରୁ ଏହି ମେଳା ଆରମ୍ଭ ହୋଇ ୧୫ ଦିନ ଧରି ଚାଲିବ । ଏଥିପାଇଁ ପଡ଼ିଆ ପରିସରରେ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ପ୍ରାଙ୍ଗଣ ନିର୍ମାଣ ହେବ । ଏଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲ୍‌ରେ ଜନଜାତିମାନେ ସେମାନଙ୍କ କଳାସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ପ୍ରଦର୍ଶିତ ଓ ବିକ୍ରି କରିବେ ବୋଲି ସୂଚନା ମିଳିଛି। କରୋନା କଟକଣା ନଥିବାରୁ ମେଳାରେ ଅଧିକ ସଂଖ୍ୟାରେ ଭିଡ଼ ଜମିବ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published.

Back to top button