ବିଜ୍ଞାନରେ ସବ୍ୟସାଚୀ ଟପ୍ପର

ଭୁବନେଶ୍ବର: ବୁଧବାର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଯୁକ୍ତଦୁଇ ଝାଡ଼େଶ୍ୱର କଲେଜ ଛାତ୍ର ସବ୍ୟସାଚୀ ପାତ୍ର ୫୭୧ନମ୍ବର ରଖି ଅଲଓଡ଼ିଶା ଟପ୍ପର ହୋଇଛନ୍ତି । ସୂଚନା ଅନୁସାରେ ନୀଳଗିରି ଥାନା ଅଧିନସ୍ଥ ଚାଷଖଣ୍ଡ ଗ୍ରାମର ବାସୁଦେବ ପାତ୍ର ଓ ସୁଷମା ପ୍ରଧାନଙ୍କ ପୁଅ ସବ୍ୟସାଚୀ ପାତ୍ର (୧୮ ) ନୀଳଗିରି ରତ୍ନାକର ଟାଉନ୍ ହାଇସ୍କୁଲରୁ ମାଟ୍ରିକରେ ୫୪୭ନମ୍ବର ରଖି ପାସ କଲାପରେ ଯୁକ୍ତ ଦୁଇ ବିଜ୍ଞାନରେ ଝାଡ଼େଶ୍ୱର କଲେଜରେ ଆଡିମିସନ୍ ହୋଇଥିଲେ । ପରୀକ୍ଷା ଫଳ ପ୍ରକାଶ ପରେ ୫୭୧ନମ୍ବର ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଦୈନିକ ୮ରୁ ୧୦ଘଣ୍ଟା ପରିଶ୍ରମ କରୁଥିବା ବେଳେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବାର ଲକ୍ଷ୍ୟ ରଖିଛନ୍ତି । ମା’ ଜଣେ ଅଙ୍ଗନବାଡି କର୍ମୀ ହୋଇଥିବା ବେଳେ ବାପା ଛୋଟବ୍ୟବସାୟୀ ।

Related Articles

Leave a Reply

Your email address will not be published.

Back to top button