ରାଜନୈତିକ ଚର୍ଚ୍ଚା ହୋଇନି ବୋଲି କହିବା ସତ୍ୟର ଅପଳାପ : ପୃଥ୍ୱୀରାଜ

ଭୁବନେଶ୍ୱର:  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହାମେଣ୍ଟ ଗଠନ ପାଇଁ ଓଡ଼ିଶା ଆସିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେପଟେ ବିଜେପି ଅଭିଯୋଗ ଆଣି କହିଛି, ତୃତୀୟ ସାମ୍ମୁଖ୍ୟ ମେଣ୍ଟ ପାଇଁ ପ୍ରୟାସ କରୁଛନ୍ତି ନୀତୀଶ । ହେଲେ ରାଜନୈତିକ ଚର୍ଚ୍ଚା ହୋଇନଥିବା କହି କିଛି ଲୁଚାଉଛନ୍ତି କି ନେତା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ରାଜନୈତିକ ଚର୍ଚ୍ଚା ହୋଇନି ବୋଲି କହିବା ସତ୍ୟର ଅପଳାପ ଏବଂ କହିବାର ନୈତିକ ସତସାହସ ନାହିଁ ବୋଲି ବିଜେପି କହିଛି । ନବୀନ ଥାର୍ଡଫ୍ରଣ୍ଟ ଯିବେ କି ନାହିଁ ଉପସ୍ଥିତ ୩ ଜଣଙ୍କ ଉପରେ ନିର୍ଭର କରେ । ନିଷ୍ପତ୍ତି ନବୀନ, ନୀତୀଶ ଓ ଉପସ୍ଥିତ ୩ୟ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ । ରାଜନୈତିକ କଥା ଚର୍ଚ୍ଚା ହୋଇନି କହିବା ସତ୍ୟର ଅପଳାପ  । ଥାର୍ଡଫ୍ରଣ୍ଟକୁ ଯଦି ଯିବାର ଅଛି ସେନେଇ କହିବାର ସତ୍‌ସାହାସ ରଖନ୍ତୁ । ମିଛ କଥା କହି ଲୋକଙ୍କୁ ଭ୍ରମିତ କରିବାର ଅଭ୍ୟାସକୁ ଦୋହାରାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ନିଜ ମତ ରଖିଛନ୍ତି ପୃଥ୍ୱୀରାଜ । ପ୍ରକାଶ ଯେ ନବୀନଙ୍କ ସାକ୍ଷାତ ପରେ ନୀତିଶ କୁମାର ଗଣମାଧ୍ୟମକୁ କହିଥିଲେ ଯେ ଆମ ଭିତରେ ପୁରୁଣା ସମ୍ପର୍କ ରହିଛି । ଆମେ ଉଭୟ ପୁରୁଣା ବନ୍ଧୁ । ନବୀନ ବାବୁଙ୍କୁ ଭେଟିବା ପାଇଁ ଅନେକ ଦିନରୁ ଇଚ୍ଛା ଥିଲା । ଆଜି ଦେଖା ହେଲା । ଦୁଇ ପୁରୁଣା ବନ୍ଧୁ କଥା ହେଲୁ । ପରସ୍ପର ଭିତରେ ବହୁତ ଭଲ ସମ୍ପର୍କ ଆମର ରହିଛି । ତେବେ ଆଜିର ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା ନୀତିଶ କୁମାର କହିଥିଲେ । ସେହିପରି ନବୀନ କହିଥିଲେ ଯେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଆଜିର ବୈଠକରେ ମେଣ୍ଟ ଆଲୋଚନା ହୋଇନି ।  ଆମେ ଉଭୟ ପୁରୁଣା ବନ୍ଧୁ । ବାଜପେୟୀଙ୍କ ସରକାରରେ ଆମେ ଉଭୟ ମନ୍ତ୍ରୀ ଥିଲୁ । ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ଜମି ଯୋଗାଇବୁ । ପୁରୀରେ ବିହାର ଭବନ ପାଇଁ ଦେଢ ଏକର ଜମି ଦିଆଯିବ ।  ସମ୍ପୂର୍ଣ୍ଣମାଗଣାରେ ଜମି ଦିଆଯିବ ବୋଲି ନବୀନ ପଟ୍ଟନାୟକ କହିଥିଲେ । ପ୍ରକାଶ ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଭୁବନେଶ୍ୱର ବିମାନବବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ନବୀନ ନିବାସ ନିଆଯାଇଥିଲା । ଯେଉଁଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ଉଭୟ ନବୀନ ଓ ନୀତିଶ ମଧ୍ୟାହ୍ନଭୋଜନ ମଧ୍ୟ କରିଥିଲେ ।

Related Articles

Leave a Reply

Your email address will not be published.

Back to top button