ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକଙ୍କ ଗୁଳିଚାଳନା: ଗିରଫ ଦାବିରେ ଗର୍ଜିଲା ବିଜେଡି

ଭୁବନେଶ୍ବର: ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ ବିଧାୟକ ନବୀନ ଜୈନ ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଏହା ରାଜ୍ୟର ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ରକୁ ଦର୍ଶାଉଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଶୋଭାଯାତ୍ରାରେ ଗୁଳି ଚଳାଇବା ଅଭିଯୋଗରେ ବିଜେପି ବିଧାୟକଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି । ସେପଟେ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ରିପୋର୍ଟ ତଲବ କରିଛି ପୋଲିସ ବିଭାଗ । ରାମ ନବମୀ ଶୋଭାଯାତ୍ରାରେ ବିଧାୟକ ଫାଙ୍କା ଗୁଳି ଚାଳନା କରିବା ଘଟଣା ଡବଲ ଇଞ୍ଜିନ ସରକାରରେ ବିଜେପି ବିଧାୟକଙ୍କ ଔଦ୍ଧତ୍ୟର ନଗ୍ନଚିତ୍ର ବୋଲି ବିଜୁ ଜନତା ଦଳ କହିଛି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଅଭିଯୋଗ କରିଛନ୍ତି ଯେ, ଶାସକ ଦଳର ବିଧାୟକ ହୋଇ ନବୀନ ଜୈନ ଆଇନ ବ୍ୟବସ୍ଥାର ଘୋର ଉଲ୍ଲଂଘନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button