ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେଲେ ତିନି ଠାକୁର, କାଲି ଅଧରପଣା

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି। ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ। ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା।

ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର, ଶ୍ରୀଭୁଜ, କିରଟ, ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ।

Related Articles

Leave a Reply

Your email address will not be published.

Back to top button