ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, କେବଳ ନଦୀରେ ଆସିବ ପାଣି:ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେଲା ବର୍ଷା କଲବଲ କଲାଣି । ତେବେ ରାଜ୍ୟରେ ବନ୍ୟା ସ୍ଥିତି ନଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ଯାଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ  ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ । କେବଳ ନଦୀରେ ପାଣି ଆସିବ । ମହାନଦୀର ଉପରମୁଣ୍ଡରେ ବର୍ଷା ହୋଇଛି । ହେଲେ ଅଧିକ ନୁହେଁ । ହାରାହାରି ୩୭ ମିମି ବର୍ଷା ହୋଇଛି । ତଳ ମୁଣ୍ଡରେ ବର୍ଷା ନାହିଁ ।  ହୀରାକୁଦକୁ ୧ଲକ୍ଷ ୩୦ କୁ୍ୟସେକ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ କୁ୍ୟସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦର ୧୦ଟି ଗେଟ ଖୋଲାଥିବାବେଳେ ଆବଶ୍ୟକ ପଡ଼ିଲେ ଅଧିକ ଗେଟ ଖୋଲାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button