ଓଟିପି ସେୟାର ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ

ଭୁବନେଶ୍ୱର : ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଓଟିପି ସେୟାର ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଅଭିଯୁକ୍ତ ଅଭିଜିତ ସଞ୍ଜୟଙ୍କ ବିସ୍ଫୋରକ ବୟାନ । ସେ ନିର୍ଦ୍ଦୋଷ, ତାଙ୍କୁ ଏହି କେସ୍‌ରେ ଫସାଇ ଦିଆଯାଇଛି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ନିର୍ଦ୍ଦୋଷ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । ପୂର୍ବରୁ ନୟାଗଡ଼ ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କାଙ୍କୁ ଟଙ୍କା ଦେଇଥିଲି । ହେଲେ ସେ  ଆଇଏସଆଇ କିମ୍ବା ପାକିସ୍ଥାନ ଆର୍ମି ଏଜେନ୍ସି ଅଧିକାରୀ ସହ ଲିଙ୍କ ବିଷୟରେ କିଛି କହିନାହାନ୍ତି । ମୋତେ ଜବରଦସ୍ତ ଏହି କେସରେ ଫସାଇ ଦିଆହୋଇଛି । ମୋତେ ଏଟିଏସ ଯାହା ପଚାରିଛନ୍ତି ତାହା ମୁଁ କହିଛି। ଡ଼ାନିଶ ଏବଂ ଖୁରମକୁ ଜାଣନାହିଁ କହିଲେ ଅଭିଯୁକ୍ତ । ଅନ୍ୟପଟେ ଜାତୀୟ ତଦନ୍ତକାରୀ ସଂସ୍ଥା  ଭୁବନେଶ୍ୱରରେ ପହଞ୍ଚିଛି । ଓଟିପି ସେୟାରିଂ କେସ୍‌ରେ ତଦନ୍ତ କରିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଏହି ମାମଲାରେ ମହାରାଷ୍ଟ୍ର ଏଟିଏସ୍‌ ଏବଂ ଆଇବି ଟିମ୍‌ ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କୁ ଜେରା ମଧ୍ୟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button