ଋଷର ସର୍ବୋଚ୍ଚ ଶୃଙ୍ଗରେ ତ୍ରିରଙ୍ଗା ଉଡାଇଲେ ଓଡିଆ ପୁଅ

ଭୁବନେଶ୍ୱର:  ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ଏଲବ୍ରସ୍ ଶିଖର ଆରୋହଣ କରିଛନ୍ତି  ଓଡିଆ ପୁଅ ସୌଭାଗ୍ୟ କୁମାର ରଥ। ପ୍ରବଳ ଝଡ ତୋଫାନ ସତ୍ତ୍ବେ ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡାଇଛନ୍ତି ସୌଭାଗ୍ୟ ।ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮ହଜାର ୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଆରୋହଣ କରିବାକୁ ସେ ଗତ ସପ୍ତାହରୁ ଯାତ୍ରା ଆରମ୍ଭ କରିଥିଲେ। ନୟାଗଡ଼ ଜିଲ୍ଲାର ବାସିନ୍ଦା ସୌଭାଗ୍ୟ ଗତ ୫ ତାରିଖରେ ଦିଲ୍ଲୀରୁ ମସ୍କୋ ଯାଇଥିଲେ। ଗତ ୮ ତାରିଖରେ ସେଏଲବ୍ରସ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ଚାରି ରୁଷୀୟ ପର୍ବତାରୋହୀ, ଦୁଇ ଜଣ ଭାରତୀୟ ପର୍ବତାରୋହୀ ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ନେଇ ଏକ ଟିମ୍ ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ସତ୍ତ୍ବେ ଏଲବ୍ରସ୍ ଶିଖରରେ ପହଞ୍ଚିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button