କ୍ରାଇମ୍‌ର ରହସ୍ୟ ୨ ରୁ ୪ ଦିନ ଭିତରେ ଜଣାପଡ଼ିବନି:ଡିଜିପି

ଭୁବନେଶ୍ଵର : ନବ ଦାସ ହତ୍ୟା ମାମଲା। ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଡିଜିପି ସୁନିଲ୍ ବଂଶଲ। ସେ କହିଛନ୍ତି ଯେ, ଶେଷ ନିଷ୍କର୍ସ ଆସିବାକୁ ଟିକେ ସମୟ ଲାଗିବ। ଜଷ୍ଟିସ୍ ଦାସଙ୍କ ମନିଟରିଂରେ ତଦନ୍ତ ଚାଲୁ ରହିଛି। ଏଭଳି ମାମଲାରେ ତଦନ୍ତରେ ପୂର୍ଣ୍ଣତା ଆସିବାକୁ ଟିକେ ସମୟ ଲାଗିବ। ଏଭଳି କ୍ରାଇମ୍‌ର ରହସ୍ୟ ୨ ରୁ ୪ ଦିନ ଭିତରେ ଜଣାପଡ଼ିବନି। କେନ୍ଦ୍ରର ସହଯୋଗ ନିଆଯିବ। ଗୃହ ମନ୍ତ୍ରାଳୟ ସହ କଥା ହୋଇଛି। ତଦନ୍ତରେ ସହଯୋଗ କରିବାକୁ ଉୠଝଖ ଟିମ୍ ଆସିପାରେ। ତଦନ୍ତରେ ସ୍ଵଚ୍ଛତା ପାଇଁ ସେଠାକାର ପୋଲିସଙ୍କୁ ବଦଳି କରାଯାଇଛି। ନବ ଦାସ ହତ୍ୟା ଘଟଣାକୁ ନେଇ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ ଟିମ୍। ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଗ୍ରାମ ଜଳେସ୍ଵରୀଖଣ୍ଡି ଏବଂ ବ୍ରହ୍ମପୁରରେ ଥିବା ପରିବାର ବର୍ଗ, ସମର୍କୀୟ, ସାଙ୍ଗ ସାଥୀ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ପ୍ରାୟ ୩୦ ଜଣଙ୍କୁ ପଚରାଉଚୁରା କରିଛି ପୋଲିସ। ସେପଟେ ଗୋପାଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ୍। କିଭଳି ଆଙ୍ଗେଲରୁ ଗୁଳି କରିଥିଲେ ଗୋପାଳ? ସୁରକ୍ଷା କର୍ଡନ ଭାଙ୍ଗି କିଭଳି ଗାଡି ପାଖକୁ ଯାଇଥିଲେ ଏବଂ ନବଙ୍କ ଉପରକୁ ଗୁଳି ଚଳାଇଥିଲେ ? ଏସବୁର ରହସ୍ୟ ଖୋଲୁଛି କ୍ରାଇମବ୍ରାଞ୍ଚ।

Related Articles

Leave a Reply

Your email address will not be published.

Back to top button