ଧୀରେ ଧୀରେ ଖୋଲୁଛି ନକଲି ଡିଏସପିଙ୍କ ଗୁମର

ଭୁବନେଶ୍ୱର : ଖୋଲୁଛି ନକଲି ଡିଏସପି ମାନସ ରଞ୍ଜନ ସେନାପତିଙ୍କ ଗୁମର । ଚାକିରି ନକଲି, କିନ୍ତୁ ଠାଣି ପୁରା ଅସଲି । ନକଲି ଡିଏସପି ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଭଦ୍ରକ ବାସୁଦେବପୁର ଅଞ୍ଚଳର ମାନସ ରଞ୍ଜନ ସେନାପତିଙ୍କ ଫଟୋ ଓ କିଛି ଡକ୍ୟୁମେଣ୍ଟ ଭାଇରାଲ ହୋଇଛି । ଡେପୁଟି ଏସପି ଭାବେ ଗୃହ ବିଭାଗର ପ୍ରମୋସନ ଲେଟର ଅର୍ଡରକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲା ଅଭିଯୁକ୍ତ । ତେବେ ଏହି ନୋଟିଫିକେସନର ସତ୍ୟତା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଅନ୍ୟପଟ ଫେସବୁକ ଓ ଇଂଷ୍ଟାଗ୍ରାମର ଡିସିପି ଅଫିସ ସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଫଟୋ ଉଠାଇ ନକଲି ପୋଲିସ ଜଣଙ୍କ ନିଜକୁ ଅସଲି ବୋଲି ପ୍ରମାଣ କରିବାକୁ ଚାହୁଁଥିବା ଜାଣିବାକୁ ପାଇଛି ପୋଲିସ । ଏନଇ ଅଧିକ ତଦନ୍ତ ପାଇଁ ମାନସକୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତା ପାଖରୁ ମିଳିଥିଲା ପ୍ରାୟ ଦୁଇ ଲକ୍ଷ ଟଙ୍କାର ନକଲି ନୋଟ। ଜାଲ ରାକେଟ ସିଣ୍ଡିକେଟରେ ସଂପୃକ୍ତ ଥିବା ଜଣାପଡିଛି। ତାକୁ ନେଇ ଖୋଳତାଡ ଚାଲିଛି । ସୂଚନା ଅନୁସାରେ ଗତକାଲି ସହିଦ ନଗର ଅଞ୍ଚଳରେ ନାଇଟ୍‌ ବ୍ଲକିଂ ଚେକିଂ ବେଳେ ମାନସ ରଞ୍ଜନ ସେନାପତିକୁ ଧରିଥିଲା ପୋଲିସ । ଏବେ ନକଲି ପୋଲିସ ମାନସ ସହିଦ ନଗର ଥାନା ପୋଲିସ ହେପାଜତରେ ରହିଛି । କେତେଜଣଙ୍କୁ ମାନସ ଠକିଛି ଓ କେତେ ଟଙ୍କା ଠକିଛି ତାହାକୁ ନେଇ କୌଣସି ସୂଚନା ମିଳିପାରନାହିଁ । ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ-କାର୍ଡ , କାର, ମୋବାଇଲ ଫୋନ ଆଦି ଜବତ ହୋଇଛି l ନିଜକୁ ପୋଲିସ କହି ଅନେକ ଲୋକଙ୍କୁ ଚାକିରି କରିଦେବ ବୋଲି କହି ଠକିଥିବା ଅଭିଯୋଗ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button