ଏଏସଓ ନିଯୁକ୍ତି ମାମଲାର ରିଭ୍ୟୁ ପିଟିସନ ଖାରଜ

ଭୁବନେଶ୍ବର : ହାଇକୋର୍ଟରେ ଏଏସଓ ନିଯୁକ୍ତି ମାମଲାରେ ଦାଖଲ ରିଭ୍ୟୁ ପିଟିସନକୁ ଖାରଜ କଲେ ହାଇକୋର୍ଟ । ପୂର୍ବ ରାୟକୁ କାଏମ ରଖିଲେ ହାଇକୋର୍ଟ । ପୂର୍ବ ରାୟର ରିଭ୍ୟୁ ପାଇଁ ହୋଇଥିଲା ଆବେଦନ । ପୂର୍ବରୁ ମେଧା ତାଲିକାକୁ ଖାରଜ କରିଥିଲେ ହାଇକୋର୍ଟ । ସୂଚନାଯୋଗ୍ୟ ଯେ, ଏଏସଓ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ ଦାୟର ହୋଇଥିବା ୨ଟି ଆବେଦନର ଶୁଣାଣି ଶେଷକରି ହାଇକୋର୍ଟ ଗତ ୧୩ ତାରିଖ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । ପୂର୍ବ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିବା ସହ ୨ ମାସ ଭିତରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଗତ ମେ’ ମାସରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ମେଧା ତାଲିକାରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଉକ୍ତ ରାୟର ପୁନର୍ବିଚାର କରିବାକୁ ଏକ ରିଟ୍ ପିଟିସନ ସହିତ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଉଭୟ ପିଟିସନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ । ଦୁଇଟି ଯାକ ଆବେଦନର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା ।
୭୯୬ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ନିଯୁକ୍ତି ପାଇଁ ଉଦ୍ଧିଷ୍ଟ ମେଧା ତାଲିକାକୁ ଗତ ମେ’ ମାସରେ ହାଇକୋର୍ଟ ରଦ୍ଦ କରିଥିଲେ । ଓଡିଶା ସେକ୍ରେଟାରିଏଟ୍‌ ସର୍ଭିସ୍ ରୁଲ୍ ୨୦୧୬ (ମେଥଡ୍‌ ଅଫ୍‌ ରିକୃଟ୍‌ମେଣ୍ଟ କଣ୍ତିସନ୍ସ ଅଫ୍‌ ସର୍ଭିସ) ଆଧାରରେ ମେଧା ତାଲିକା ବା ମେରିଟ୍ ଲିଷ୍ଟ ପ୍ରସ୍ତୁତ ହୋଇନଥିବା ଦର୍ଶାଇ ହାଇକୋର୍ଟ ପ୍ରକାଶିତ ତାଲିକାକୁ ରଦ୍ଦ କରିଥିଲେ । ଦୁଇ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବା ଲାଗି ଓଡିଶା ଲୋକସେବା ଆୟୋଗ ବା ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ମେରିଟ୍ ଲିଷ୍ଟରୁ ବାଦ ପଡ଼ିଥିବା ପ୍ରାର୍ଥୀମାନେ ମାମଲାରେ ପକ୍ଷଭୁକ୍ତ ହୋଇନଥିବାରୁ ସେମାନଙ୍କୁ ପକ୍ଷ ରଖିବାର ସୁଯୋଗ ମିଳୁ ବୋଲି ଦର୍ଶାଇ ଏକ ରିଟ୍ ପିଟିସନ ଦାୟର ହୋଇଥିଲା । ସେହିପରି ମେ’ ମାସରେ ପ୍ରକାଶ ପାଇଥିବା ରାୟର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ମଧ୍ୟ ଦାୟର କରିଥିଲେ କିଛି ପ୍ରାର୍ଥୀ । ଉଭୟ ଆବେଦନ ଉପରେ ହାଇକୋର୍ଟ ବିସ୍ତୃତ ଭାବେ ଶୁଣାଣି କରି ଜୁଲାଇ ୧୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

Related Articles

Leave a Reply

Your email address will not be published.

Back to top button