ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ । ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ । ଯଦି କେହି ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ନିଆଯିବ କାର୍ୟ୍ୟାନୁଷ୍ଠାନ । ପିସିଆର ସହ ଥାନା କର୍ମଚାରୀ ଗଳିକନ୍ଦିରେ କରିବେ ପାଟ୍ରୋଲିଂ । ରାତିରେ ସହରର ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରାଯିବ। ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠନ ହୋଇଛି ସ୍ପେଶାଲ ଟିମ୍‌। କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ପୋଲିସର ଆଲୋଚନା ।

Related Articles

Leave a Reply

Your email address will not be published.

Back to top button