ମୟୂରଭଞ୍ଜରେ ହୋଇଛି ସର୍ବାଧିକ ମତଦାନ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା ୭୦.୬୭ ପ୍ରତିଶତ। ସେହିପରି ଗତକାଲି ହୋଇଥିବା ଛଅଟି ଲୋକସଭା ଆସନର ହାରକୁ ଲକ୍ଷ୍ୟ କଲେ ମୟୂରଭଞ୍ଜରେ ସର୍ବାଧିକ ଭୋଟ ହୋଇଛି। ସେହିପରି ଦ୍ହିତୀୟରେ ରହିଛି ଜଗତସିଂହପୁର ଲୋକସଭା କ୍ଷେତ୍ର। ତେବେ ଏଥିରେ ପୋଷ୍ଟାଲ ବାଲଟ ହିସାବକୁ ନିଆଯାଇ ନାହିଁ।

Related Articles

Leave a Reply

Your email address will not be published.

Back to top button