ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଲ୍ ଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି । ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ଆର୍‌ଓବି ) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଅଛି । ପୁରୁଣା ଜଙଈ କୁ ଭାଙ୍ଗିବା ପାଇଁ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପରିଚାଳନା ପାଇଁ ଆଉ ଏକ ଜଙଈ ନିର୍ମାଣ କରାଯାଇଛି । ରୋଡ୍ ଟ୍ରାଫିକ୍ କୁ ନୂତନ ଓଭର ବ୍ରିଜ ଦେଇ ମାର୍ଗ ପରିବର୍ତନ କରାଯାଇଅଛି । ରେଳବାଇ ମଧ୍ୟ ଏହି କାର୍ଯ୍ୟକୁ ୩ ମାସ ପୂର୍ବରୁ ଭାଙ୍ଗିବାକୁ ଯୋଜନା କରିଥିଲା । ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଏହି କାମକୁ ସାମାନ୍ୟ ବିଳମ୍ବ କରାଯାଇଥିଲା । ସର୍ବନିମ୍ନ ସମୟ ମଧ୍ୟରେ ବହୁ ବିଳମ୍ବିତ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ରେଳବାଇ ଯୋଜନା କରିଛି । ଏହି ସ୍ଥାନରେ ଗଢି ଉଠିଥିବା ବସ୍ତି ହଟାଇବା, ନୂତନ ଆର୍‌ଓବି ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଏହି କାର୍ଯ୍ୟକୁ ପୂର୍ବରୁ ବିଳମ୍ବ କରିଥିଲା । ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ ହେବା ପରେ ବ୍ୟସ୍ତବହୁଳ ବାରଙ୍ଗ-ଖୋର୍ଦ୍ଧା ରୋଡ ରେଳ ସେକ୍ସନରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ପାରିବ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏହି ସଫଳତା ପାଇଁ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button