ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା ରାୟ ସଂରକ୍ଷିତ

ଭୁବନେଶ୍ୱର: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଶୁଣାଣି ଶେଷ ପରେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍ ସାବତ୍ରୀ ରଥଙ୍କ ଖଣ୍ଡପୀଠରେ ହୋଇଛି ଶୁଣାଣି । ତୃତୀୟ ଥର ଶୁଣାଣିରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା । କିନ୍ତୁ ସମୟ ଅଭାବ ଯୋଗୁଁ ମାମଲାର ଶୁଣାଣିକୁ ଗୋଟିଏ ଦିନ ଟାଳି ଦେଇଥିଲେ ଖଣ୍ଡପୀଠ । ଶୁଣାଣି ସମୟରେ ଆଇନଜୀବୀ ରତ୍ନଭଣ୍ଡାର ପ୍ରସଙ୍ଗରେ ଏଏସଆଇ ପକ୍ଷରୁ ଦାଖଲ ଯାଂଚ ରିପୋର୍ଟ ଉପରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଏସଆଇ ପକ୍ଷରୁ ୨୦୨୨ରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯାଂଚ କରାଯାଇଥିଲା । ଯେଉଁଥିରେ ରତ୍ନଭଣ୍ଡାର ମରାମତିର ନିହାତି ଆବଶ୍ୟକତା ଥିବା ଏଏସଆଇ କହିଛି । ତେଣୁ ରତ୍ନଭଣ୍ଡାର ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button