ଓଡିଶାର ହୋମ୍ ଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ

ଭୁବନେଶ୍ଵର: ଓଡିଶାର ହୋମ୍ ଗାର୍ଡଙ୍କୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ରାୟ। ହୋମଗାର୍ଡଙ୍କୁ ମିଳିବ ସେମାନଙ୍କ ଉଚିତ୍  ପ୍ରାପ୍ୟ। ହୋମଗାର୍ଡଙ୍କ ଦୈନିକ ବେତନ ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ୫୩୩ ଟଙ୍କା ବେତନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବର୍ଦ୍ଧିତ ବେତନ ପିଛିଲା ଭାବେ ୩ ମାସ ଭିତରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ  ଓଡିଶା ସରକାରଙ୍କୁ ଲାଗିଛି ଜୋରଦାର ଝଟକା। ସମାନ କାମକୁ ସମାନ ଦରମା ନେଇ ପ୍ରଥମେ ମାନ୍ୟବର ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ। ଜଷ୍ଟିସ ଏମ ଆର ଶାହା ଓ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଉଲ୍ଲେଖନୀୟ ୨୦୧୬ ମସିହାରେ ସମସ୍ତ ରାଜ୍ୟଙ୍କୁ ମାନ୍ୟବର ସୁପ୍ରିମକୋର୍ଟ  କନେଷ୍ଟବଳ ମାନେ ଯେଉଁ ବେତନ ପାଇବେ ହୋମଗାର୍ଡ ମାନେ ମଧ୍ୟ ସେହି ବେତନ ପାଇବେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ରାଜ୍ୟ ଏହି ନିଷ୍ପତ୍ତିକୁ ମାନିଥିଲେ ମଧ୍ୟ ରାଜ୍ୟ ସରକାର ଏ ରାୟକୁ କର୍ଣ୍ଣପାତ କରିନଥିଲେ। ଏନେଇ ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ମହାସଂଘ।  ହାଇକୋର୍ଟ ହୋମଗାର୍ଡ ବା ଗୃହରକ୍ଷୀଙ୍କୁ ଦୈନିକ ୫୩୩ ଟଙ୍କା ବେତନ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟ ସରକାର ଏହାକୁ ଲାଗୁ  ୨୦୨୦ରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମହାସଂଘ ମଧ୍ୟ ନିଜର ରାୟ ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସମସ୍ତ ହୋମଗାର୍ଡମାନଙ୍କୁ ଦୈନିକ ବେତନ ୫୩୩ ଟଙ୍କା ହିସାବରେ ୨୦୧୮ ଜୁନ ପହିଲାରୁ ପିଛିଲା ଭାବେ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button