ଏଏସଓ ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଭୁବନେଶ୍ବର : ଓଡିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ  ଏଏସଓ  ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ଚୟନ ପ୍ରକ୍ରିୟାରେ ଅଗ୍ରଗତି ଉପରେ ଲାଗିଲା ରୋକ୍ । ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ହାଇକୋର୍ଟ ରହିତାଦେଶ ଶୁଣାଇଛନ୍ତି । ଜବାବ ଦାଖଲ ପାଇଁ ଓପିଏସସିକୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ୟ୍ୟ କରିଛନ୍ତି । ଗତ ୪ତାରିଖରେ ହାଇକୋର୍ଟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାର ରାୟ ପ୍ରକାଶ ପାଇଥିଲା । ୬ ସପ୍ତାହ ମଧ୍ୟରେ ପୂର୍ବ ନିର୍ଦ୍ଦେଶ କାର୍ୟ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମେ’ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ନିର୍ଦ୍ଦେଶ କାର୍ୟ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ କିଛି ପରୀକ୍ଷାର୍ଥୀ ଅଦାଲତ ଅବମାନନା ମାମଲା କରିଥିଲେ । ଏହି ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମେ’ ୧୯ ରାୟକୁ ପାଳନ କରାଯାଇନଥିବାରୁ ଅବମାନନା ମାମଲା ହୋଇଥିଲା । ସାନି ମେଧା ତାଲିକା ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ ।

Related Articles

Leave a Reply

Your email address will not be published.

Back to top button