ଓଡ଼ିଆ ନାଟ୍ୟ ସଂଘର ପ୍ରଥମ ବୈଠକ

ଭୁବନେଶ୍ବର: ଓଡ଼ିଶା ନାଟ୍ୟ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତିତ୍ବ କରିଥିଲେ ନବନିର୍ବାଚିତ ସଭାପତି ମିହିର ମେହେର ଏବଂ ସଭା କାର୍ଯ୍ୟ ପରିଚାଳନା କରିଥିଲେ ସଂଘର ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ବିବେଦୀ। ସଂଘର ସମସ୍ତ ପରାମର୍ଶଦାତା, କାର୍ଯ୍ୟକାରିଣୀ ସଭ୍ୟମାନେ ଯୋଗ ଦେଇଥିଲେ। ସର୍ବପ୍ରଥମେ ଅନୁଷ୍ଠାନର ସଭାପତି ଶ୍ରୀ ମେହେର ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସମ୍ପ୍ରତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପୁରସ୍କୃତ ହୋଇଥିବା ନାଟ୍ୟ ବ୍ୟକ୍ତିତ୍ବ ଯଥାକ୍ରମେ ମିହିର ମେହେର, ଡ. ସମର ମୁଦୁଲି, ସୁଧାଂଶୁ ଦ୍ବିବେଦୀ, ସତ୍ୟ ରଞ୍ଜନ ବେହେରା ଏବଂ ଶୁଭକାନ୍ତ ପାଢୀ ପ୍ରମୁଖଙ୍କୁ ନାଟ୍ୟ ସଂଘ ତରଫରୁ ବର୍ଷିୟାନ୍ ପରାମର୍ଶଦାତା ମନ୍ମଥ ଶତପଥି ବିଶେଷ ଭାବେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବଦ୍ଧର୍ନା ଜ୍ଞାପନ କରିଥିଲେ। ଏଥିରେ ସହଯୋଗ କରିଥିଲେ ନାଟ୍ୟ ସଂଘର କୋଷାଧ୍ୟକ୍ଷ ଅବିନାଶ ଦଣ୍ଡପାଟ। ସଂଘର ବିଭିନ୍ନ କାର୍ଯ୍ୟକାରୀ ସଭ୍ୟ ତଥା ଉପଦେଷ୍ଟାଗଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ନାଟ୍ୟବିତ୍ ମନୋଜ ପଟ୍ଟନାୟକ, ମନ୍ମଥ ଶତପଥି, ମାୟା ଦାସ, ସମର ମୁଦୁଲି, ନବୀନ ପରିଡ଼ା, ଲାଲ ବିରେନ୍ ରାୟ, ପ୍ରସନ୍ନ ମିଶ୍ର, ଭାସ୍କର ମହାପାତ୍ର, ଶିବ ରଥ, ସତ୍ୟ ବେହେରା, କାର୍ଯ୍ୟକାରୀ ସଭ୍ୟ ପବିତ୍ର ମହାନ୍ତି, ମନୋଜ ଦଣ୍ଡପାଟ, ବିପ୍ଳବ ସତପଥି, ନିର୍ମଳ ରାଉତ, ଶୁଭକାନ୍ତ ପାଢୀ. ପ୍ରଦ୍ୟୁମ୍ନ ସାହୁ, ପବିତ୍ର ମହାନ୍ତି, ଆଶିଷ ବର୍ଦ୍ଧନ, ଉପସଭାପତି ଜିତେନ୍ଦ୍ର ପଟ୍ଟନାୟକ, ପ୍ରଦୀପ ପଣ୍ଡା, ଭବାନୀ ମିଶ୍ର, ଯୁଗ୍ମ ସମ୍ପାଦକ ଡ. ଗୋପାଳ, ପ୍ରଭାସ ମହଲା ପ୍ରମୁଖ। ଭୁବନେଶ୍ବରରେ ଏକ ନାଟ୍ୟ ଭବନ, ଜାତୀୟ ନାଟ୍ୟ କର୍ମଶାଳା, ବିଙିନ୍ନ ଅଞ୍ଚଳରେ ନାଟ୍ୟ କର୍ମଶାଳା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ନାଟ୍ୟଧାରା କାର୍ଯ୍ୟକ୍ରମର ଉନ୍ନତି ତଥା ଉନ୍ନତ ନାଟକ କିଭଳି କରାଯିବ ମତ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଓଡ଼ିଶା ନାଟ୍ୟ ସଂଘର ପ୍ରତିନିଧି ଦଳ ସରକାରଙ୍କୁ ଭେଟି ନାଟକର ବିଭିନ୍ନ ଉନ୍ନତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବାକୁ ଅନୁରୋଧ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଶେଷରେ ସାଧାରଣ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button