ପ୍ରଫେସରଙ୍କ ନାଁରେ ନିର୍ୟାତନା ଅଭିଯୋଗ ଆଣିଲେ ଅଧ୍ୟାପିକା
ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ସେହି ବିଭାଗର ଜଣେ ମହିଳା ଅଧ୍ୟାପିକା । ସୂଚନା ଅନୁସାରେ, ମହିଳା ଅଧ୍ୟାପିକାଙ୍କୁ ସେହି ବିଭାଗର ପ୍ରଫେସର ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି। ଘଟଣାକୁ ଗୁରୁତର ସହ ନେଇଛନ୍ତି କୁଳପତି। ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି। ଅଭିଯୋଗ ପରେ ତାଙ୍କ ନାଁରେ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ଆସିଷ୍ଟାଣ୍ଟ ପ୍ରଫେସର କୁଜୁର୍। ଏହା ସଂପୂର୍ଣ୍ଣ ମିଛ ଏବଂ ଏ ନେଇ ଆସନ୍ତାକାଲି ପକ୍ଷ ରଖିବେ ବୋଲି କହିଛନ୍ତି ରଜତ କୁଜୁର।