ଶ୍ରୀଲୋକନାଥଦେବଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି

ଭୁବନେଶ୍ବର : ପୁରୀ ସ୍ଥିତ ମହାପ୍ରଭୁ ଶ୍ରୀଲୋକନାଥଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଯାଇଛି। ବର୍ଷର କେବଳ ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତିନୀତି ନାହିଁ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ। ଏହି ଅବସରରେ ଆଜି ସନ୍ଧ୍ୟାରେ ପ୍ରଜ୍ୱଳିତ ହୋଇଛି ପଞ୍ଚଦଶତମ ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ୱୀପ। ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଦ୍ୱୀପ ଆସି ଏହି ବୃହତ୍ ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା। ଉତ୍ସବରେ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମ ଚନ୍ଦ୍ର ଦାସ ମହାପାତ୍ର ଏବଂ ଅତିରିକ୍ତ ଏସପି୍‌ ସୁଶିଲ ମିଶ୍ର ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ଏହି ଦୀପ ଅଷ୍ଟଧାତୁରେ ନିର୍ମିତ ହୋଇଛି। ପ୍ରାୟ ୬ଫୁଟ ଲମ୍ବ, ୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦ୍ୱୀପରେ ଏକାଥରେ ଦେଢ଼ କ୍ୱିଣ୍ଟାଲ ଘିଅ ଜଳାଯିବ। ମହାଶିବରାତ୍ରି ଜାଗର ଦିନ ଶ୍ରୀଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ୱଳିତ ହେବ। ଏଥିରେ ୬ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ବ୍ୟବହାର କରାଯାଇଛି। ବିଶ୍ୱଶାନ୍ତି ତଥା ଜଗତ କଲ୍ୟାଣ ପାଇଁ ଏହି ଦ୍ୱିପ ପ୍ରତ୍ୟେକ ବର୍ଷ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ୱଳନ କରାଯାଉଥିବା ଉଦ୍ଦ୍ୟୋକ୍ତା ରାମକୃଷ୍ଣ ହୋତା ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button