୫ରୁ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଏହାର ଉଦ୍‌ଘାଟନ କରିବେ ବୋଲି ଜଣାଯାଇଛି। ଏଥିନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ୟ୍ୟ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀ ଏୟାରଷ୍ଟ୍ରିପ୍ ବୁଲି କାର୍ୟ୍ୟର ତଦାରଖ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ନନ୍ ସିଡ୍ୟୁଲ ୯ ସିଟେଡ୍ ବିମାନ ଉଡ଼ାଣ ପାଇଁ ଯୋଜନା ଥିବା ସେ ସୂଚନା ଦେଇଛନ୍ତି । ପ୍ରଥମେ ସପ୍ତାହକୁ ୨ ଥର ବିମାନ ଚଳାଚଳ କରିବ । ଏହାପରେ ଲୋକଙ୍କ ଆଗ୍ରହ ତଥା ଆବଶ୍ୟକତା ମୁତାବକ ଏହାକୁ ସମ୍ପ୍ରସାରଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ସଚିବ । ସେପଟେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଦାବି କରିଛି ଓଡ଼ିଶା ଡେଭଲପମେଣ୍ଟ ଫୋରମ । ଏଥିସହ ଏୟାରଷ୍ଟ୍ରିପର ନାମ ପରିବର୍ତ୍ତନ କରି ବ୍ରହ୍ମପୁର ଏୟାରଷ୍ଟ୍ରିପ୍ କିମ୍ବା କୌଣସି ସ୍ଥାନୀୟ ମହାପୁରୁଷଙ୍କ ନାମରେ ନାମିତ କରିବାକୁ ଉଠିଛି ଦାବି ।

Related Articles

Leave a Reply

Your email address will not be published.

Back to top button