ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’ ଶୁଭାରମ୍ଭ

ଭୁବନେଶ୍ୱର : ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ । କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରାଯାଇଛି ଆଜି ଅର୍ଥାତ ଏପ୍ରିଲ ୧ ଠାରୁ ୧୪ ତାରିଖ ଯାଏଁ ଓଡ଼ିଆ ପକ୍ଷ ପାଳନ ଅବସରରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ\’ କାର୍ଯ୍ୟକ୍ରମ ସହ ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରାଯିବ । ଆସନ୍ତାକାଲି (ବୁଧବାର) ଭୁବନେଶ୍ୱର ସ୍ଥିତ ବରଗଡ ହାଇସ୍କୁଲରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତି ରହି ଖଡ଼ିଛୁଆଁର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା (ଏମଏମ-ପୋଷଣ) ଅନ୍ତର୍ଗତ ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିସାର ଲଡୁ ପ୍ରଦାନ କରାଯାଇଛି । ଗୁଡ଼, ଚିନାବାଦାମ, ରାଶି ଓ ମିଲେଟରୁ ପ୍ରସ୍ତୁତ ଲଡ଼ୁ ଖାଇଛନ୍ତି ଛାତ୍ରଛାତ୍ରୀ । ଏହି ପୁଷ୍ଟିକର ଲଡ଼ୁ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ପ୍ରଦାନ କରାଯିବ । ଏହା ସହିତ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ୩ଟି ପୁଷ୍ଟିକର ଲଡୁ ସହ ଏକ ଅତିରିକ୍ତ ଅଣ୍ଡା ମିଳିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ । ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅନୁସାରେ ମଧ୍ୟାହ୍ନ ଭୋଜନ ମିଳିବ ।ପୂର୍ବରୁ କେବଳ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । କିନ୍ତୁ ଆସନ୍ତକାଲି ଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ଏନେଇ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଖର୍ଚ୍ଚ ହେବ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଲଡ଼ୁ ଦିଆଯାଇଛି । ଯାହାକୁ ପାଚିକା ତଥା ସହାୟିକାମାନେ ପ୍ରସ୍ତୁତ କରିବେ । ପ୍ରଧାନମନ୍ତ୍ରୀ ପୋଷଣ ଅଧୀନରେ ଅନ୍ତର୍ଭୁକ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଏହି ଲଡ଼ୁ ମିଳିବ । ଗୋଟିଏ ଲଡ଼ୁ ପାଇଁ ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ । ଲଡ଼ୁ ପିଛା ସାମଗ୍ରୀ ପାଇଁ ୩ଟ ୨୪ ପଇସା ଓ ପ୍ରସ୍ତୁତି ଖର୍ଚ୍ଚ ୨୬ ପଇସା ଧାର୍ଯ୍ୟ କରାଯାଇଛି । ଲଡ଼ୁ ପାଇଁ ଆବଶ୍ୟକ ସାମଗ୍ରୀ ସ୍ଥାନୀୟ ବଜାରରୁ ସାପ୍ତାହିକ ଓ ୧୫ ଦିନିଆ ଭିତ୍ତିରେ ସ୍କୁଲର ପ୍ରଧାନଶିକ୍ଷକ/ ପ୍ରଧାନ ଶିକ୍ଷୟତ୍ରୀ କିଣିବାର ବ୍ୟବସ୍ଥା କରିବେ । ଶିଶୁ ବାଟିକା ୩ରେ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୩୧ ହଜାର ୧୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପାଖାପାଖି ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା କରାଯାଇଛି । ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨ ତାରିଖରେ ଏହାକୁ ଲାଗୁ କରାଯିବ । ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ସୁଦୃଢ କରାଯିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛୋଟ ଛୋଟ ପିଲାଙ୍କୁ ନେଇ ଖଡ଼ିଛୁଆଁ କାର୍ଯ୍ୟକ୍ରମ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏକ ଅତିରିକ୍ତ ଶ୍ରେଣୀ ଖୋଲାଯିବ । ଯାହା ଚଳିତ ବର୍ଷ \”ଶିଶୁ ବାଟିକା’ ନାମରେ ନାମିତ କରାଯିବ । ଯେଉଁଠାରେ ୫ରୁ ୬ ବର୍ଷ ବୟସର ପିଲାଙ୍କୁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଭର୍ତ୍ତି କରାଯିବ । ଏହା ବ୍ୟତୀତ ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଶିଶୁର ବୟସ ସେହି ଶିକ୍ଷାବର୍ଷର ସେପ୍େଟମ୍ବର ପହିଲା ସୁଦ୍ଧା ୬+ ବର୍ଷ ହୋଇଥିବା ଆବଶ୍ୟକ ।