ଘାଟିରେ ଓଲଟିଲା ବସ୍; ୧୫ ଆହତ

ଭୁବନେଶ୍ବର : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କୁଡ଼ିକିମା ଗାଁ ନିକଟସ୍ଥ ଇନ୍ଦ୍ରପୁର ଘାଟିରେ ଭାରସାମ୍ୟ ହରାଇ  ଓଲଟି ପଡ଼ିଲା ଯାତ୍ରୀଵାହୀ ବସ୍। ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି ଲଦିଗୁଡ଼ାରୁ ମୋହନା ଅଭିମୁଖେ ଯାଉଥିଲା। ଏହି ସମୟରେ ଇନ୍ଦ୍ରପୁର ଘାଟିରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ପୁଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ବିରିକୋଟ ମେଡିକାଲ୍ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଯାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published.

Back to top button