ଡିଭାଇଡରରେ ପିଟିହୋଇ ଜଳିଗଲା ବସ୍

ନୟାଗଡ଼: ଖୋର୍ଦ୍ଧ- ବଲାଙ୍ଗୀର ଜାତୀୟ ରାଜପଥର ବାଣିଗୋଛା ଥାନା ଫାଲପାଜୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ ଜଳିଗଲା ସେବା ସଦନ ବସ୍। ହୁତୁ ହୁତୁ ନିଆଁରେ ପୋଡି ପାଉଁଶ ହୋଇଗଲା ଘରୋଇ ବସ୍। ବଡ଼ ଦୁର୍ଘଟଣା ୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।  ସୂଚନା ମୁତାବକ, ଟାଙ୍ଗି ନିକଟ କୁହୁଡି ସାଇ ସେବାସଦନରୁ ଚିକିତ୍ସିତ ହୋଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳକୁ ଫେରୁଥିଲେ ରୋଗୀ । ସାଇସେବାସଦନରେ ବିଭିନ୍ନ ପ୍ରକାରର ଅପରେସନ୍ ହୋଇ ଏହି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଘରକୁ ଫେରୁଥିଲେ । ବସଟି ବାଣିଗୋଛାର ୨ କିମି ପୂର୍ବରୁ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡରରେ ଚଢିଯାଇଥିଲା । ବସ୍‌ଟି ଡିଭାଇଡର ଭିତକୁ ପଶି ଯାଇଥିଲା। ଯାହାଫଳରେ ଲୋକମାନେ ଭୟଭୀତ ହୋଇ ଗାଡିରୁ ଓହ୍ଲାଇ ପଡିଥିଲେ । ଏହାପରେ ଗାଡିରେ ହଠାତ୍ ନିଆଁ ଲାଗିଯାଇଥିଲା।  ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ପହଞ୍ଚି ଆହତମାନଙ୍କୁ ମେଡିକାଲ ପଠାଇଥିଲେ। ଦଶପଲ୍ଲା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ବସଟି ପ୍ରାୟ ଜଳିଯାଇଥିଲା । ବସ୍‌ ଡ୍ରାଇଭର ଏବଂ ହେଲପର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପୋଲିସ ସୂଚନା ଦେଇଛି ।

Related Articles

Leave a Reply

Your email address will not be published.

Back to top button