ଉଦ୍ଧାର ମା’ ଓ ଝିଅଙ୍କ ମିଳିଲା ଠିକଣା
ଭୁବନେଶ୍ବର : ସୁନ୍ଦରଗଡ଼ରୁ ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣା। ଉଦ୍ଧାର ମା’ ଝିଅଙ୍କ ମିଳିଲା ଠିକଣା। ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜଣାଯାଇଛି। ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ ଜାରି ରହିଛି। ପରିବାର ଲୋକଙ୍କୁ ଖୋଜି ବାହାର କଲା ସୁନ୍ଦରଗଡ଼ ପୁଲିସ। ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଥିବା ପରିବାର ଲୋକେ କହିଛନ୍ତି। ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ସେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ସମ୍ପର୍କୀୟ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ।