ପହଲଗାମରେ ଆତଙ୍କବାଦୀ ଘଟଣା: କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ତରଫରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭୁବନେଶ୍ବର: ୨୦୨୫ ମସିହା ଏପ୍ରିଲ ୨୨ ତାରିଖ ଦିନ ଜାମ୍ମୁ କାଶ୍ମୀର ପହଲଗାମରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଦ୍ଵାରା ଘଟାଯାଇଥିବା ହିନ୍ଦୁ ଲୋକଙ୍କ ସଂହାରକୁ ବିରୋଧକରି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ଏକ ଶାନ୍ତିପୂର୍ଣ ବିକ୍ଷୋଭ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ତା-୨୩/୦୪/୨୪ ରିଖ ସଂନ୍ଧ୍ୟା ୬.୦୦ ଘଟିକା ସମୟରେ ଏବଂ ସଂନ୍ଧ୍ୟା ୭.୦୦ ଘଟିକା ସମୟରେ ରାମମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରତିଷ୍ଠାତା ଶ୍ରୀ ରୁଦ୍ରନାରାୟଣ ଜିତ ବାବୁ, ରାଜ୍ୟ କାର୍ଯ୍ୟକାରି ସଭା ସଭାପତି ଶ୍ରୀ ଆର୍ଯ୍ୟବ୍ରତ ସାମଲ, ସମ୍ପାଦକ ଶ୍ରୀ ଅନିଲ ମହାନ୍ତି, ମାର୍ଗ ଦର୍ଶକ ଶ୍ରୀ ପ୍ରଶନ୍ନ ମହାନ୍ତି, ମିଡ଼ିଆ ପ୍ରଭାରି ଶ୍ରୀ ଗୋଲକ ବିହାରୀ ଦୀକ୍ଷିତ, କୋଷାଧ୍ୟକ୍ଷ ଶ୍ରୀ ଦେବାଶିଷ ମିଶ୍ର, ଯୁବ ସଭାପତି ଶ୍ରୀ ନିଗମ ମହାନ୍ତି, ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ବନ୍ଦନା ଦାଶ, ସାଧାରଣ ସମ୍ପାଦକ ଶ୍ରୀମତି ସବିତା ପଟ୍ଟନାୟକ, ଉପ ସଭାପତି ଶ୍ରୀମତି ସଙ୍ଗୀତା ଦାଶ, ସମ୍ପାଦକ ଶ୍ରୀମତି ମମତା ସେଠୀ, ସମ୍ପାଦକ ଶ୍ରୀମତି ସରସ୍ଵତୀ ପୃଷ୍ଟି ,ସଂମ୍ପାଦକ ଶ୍ରୀମତି ଜ୍ୟୋସ୍ନା ରାଣୀ ପଣ୍ଡା,କେଉଁଝର ଜିଲ୍ଲା ସଭାପତି ଶ୍ରୀ ଦେବିପ୍ରସାଦ ପାତ୍ର, ଏବଂ କେଶରୀୟାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଶ୍ରୀ ସାଗର ପାତ୍ର, ଶ୍ରୀ ବାପୁଜୀ ପାଇକରାୟ, ଶ୍ରୀ ଦିପ୍ତିପ୍ରସନ୍ନ, ଶ୍ରୀ ପିଙ୍କୁ ପଣ୍ଡା, ଶ୍ରୀ କାହ୍ନା ଜୀ, ଶ୍ରୀ ରିଙ୍କୁ ଜେନା, ଶ୍ରୀ ଅବିନାଶ ମହାନ୍ତି, କାହ୍ନା ଭାଇ ପ୍ରମୁଖ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।