କାଳବୈଶାଖୀ ପ୍ରଭାବ: ବୁଧବାର ସୁଦ୍ଧା ଲାଗିରହିବ ଝଡ଼ତୋଫାନ

ଭୁବନେଶ୍ୱର: କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା କାଳବୈଶାଖୀ ବର୍ଷା, ଝଡ଼ତୋଫାନ ଯୋଗୁଁ ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରୀ ସେଲସିୟସ୍‌‌ କମିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ହୋଇଥିବା ବର୍ଷାର ପରିମାଣ ୭୬ ଦଶମିକ ୮ ମିଲିମିଟର ଥିଲା। ଆସନ୍ତା ବୁଧବାର ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଶୁକ୍ରବାର ଆଡ଼କୁ ପୁଣିଥରେ ପାଗ ବଳଦିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ କହିଛି। ସୂଚନା ଅନୁସାରେ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସହିତ ଆଜି ୧୯ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button