ବଦଳିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀ: ଏଥର ହେବ ୨ଟି ଇଣ୍ଟରନାଲ୍‌ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି। ହେଲେ କଳା ଓ ବାଣିଜ୍ୟ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ତେବେ ନୂଆ ସିଲାବସ୍‌ ଆଧାରରେ ୨୦୨୪ କାଉନସିଲ ପରୀକ୍ଷା ହେବ। ସିବିଏସ୍‌ଇ ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍‌ ଉପରେ ମୋହର ମାରିଛି। ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍‌ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍‌ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published.

Back to top button