ପୁଅର ବିଜୟ ପାଇଁ ଭାବପ୍ରବଣ ହେଲେ ସୁର ରାଉତରାୟ

ଭୁବନେଶ୍ବର: ବର୍ତ୍ତମାନ ପୁଅ ମନ୍ମଥ ରାଉତରାୟଙ୍କ ପ୍ରଚାର ପାଇଁ ବାପା ସୁରେଶ ରାଉତରାୟ ପୂରାପୂରି ଭାବପ୍ରବଣ ହୋଇପଡ଼ୁଥିବା ଦେଖାଯାଇଛି। ସେ ପୁଅକୁ ସାଥୀରେ ନେଇ ଭୁବନେଶ୍ବରର ବିଭିନ୍ନ ପାର୍କରେ ପ୍ରଚାର କରିବାରେ ଲାଗିଛନ୍ତି। ପୁଅକୁ ଭୋଟ ଦେବା ପାଇଁ ସେ ନିବେଦନ କରିଛନ୍ତି। ଯାହାକୁ ନେଇ ଭୁବନେଶ୍ବରର ଅନେକ ଲୋକ ଆଶ୍ଚର୍ଯ୍ୟ ହେବାରେ ଲାଗିଛନ୍ତି। ନିଜେ କଂଗ୍ରେସରେ ଥାଇ ବିଜେଡିରେ ଛିଡା ହୋଇଥିବା ପୁଅକୁ ଭୋଟ ଦେବା ପାଇଁ ନିବେଦନ କରିବାରେ ଲାଗିଛନ୍ତି।ତେବେ ଏହାରେ ଭିତରେ ଆଉ ଏକ ଘଟଣା ପଦାକୁ ଆସିଛି। ତାହା ହେଲା ସୁର ରାଉତରାୟ ଆଜି ଜୟଦେବ ନିର୍ବାଚନ ମଣ୍ଡଳି ପ୍ରଚାର ବେଳେ ସେ ବିଜେଡି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ବିଜେଡି କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ବେଶ୍‌ ପ୍ରଶଂସା କରିଥିଲେ। ଏହାକୁ ନେଇ ରାଜନୀତି ବେଶ ସରଗରମ ହୋଇଯାଇଛି।

Related Articles

Leave a Reply

Your email address will not be published.

Back to top button