ଡ୍ରପ ଆଉଟ୍ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ୱର: ଫର୍ମ ଫିଲପ୍ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି ରଖିଛନ୍ତି । ତେବେ ୨୦୨୧-୨୨ ରେ ୪୫ ହଜାର ପିଲା ମାଟ୍ରିକ ଦେଇ ନ ଥିଲେ । ବର୍ତ୍ତାମାନ ଏହି ସଂଖ୍ୟା କମିଛି । ମାଟ୍ରିକରେ ଚଳିତ ବର୍ଷ ୧୩୦୫୮ ପିଲା ଫର୍ମ ଫିଲପ୍ କରି ପରୀକ୍ଷା ଦେଇନାହାଁନ୍ତି । ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନ ଥିଲେ । ଏହି ହାର କମିଛି । ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖଛନ୍ତି ।

Related Articles

Leave a Reply

Your email address will not be published.

Back to top button