ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା : ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ
ଭୁବନେଶ୍ୱର:ବାରଗର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ରହସ୍ୟଜନକ ଢଙ୍ଗରେ ରାଜଧାନୀର କଟକରୋଡ ସ୍ଥିତ ଦୀପାଳି ହୋଟେଲରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି । କମିସନରେଟ ପୋଲିସ ଏହାର ତଦନ୍ତ କରୁଥିବା ବେଳେ ଜାତୀୟ ମାନବାଧିକାର କମିଶନ ପାଖରେ ମାମଲା ପହଞ୍ଚିଛି । ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ପ୍ରକୃତ ଦୋଷୀଙ୍କୁ ଗିରଫ ଦାବିରେ ମାମଲା ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ । ଏହି ମାମଲାରେ ବର୍ତମାନ ସଦ୍ଧା ଲକ୍ଷ୍ମୀସାଗର ଥାନା ପୋଲିସ, ପୁରୁଷ ବନ୍ଧୁ, ସଂପର୍କୀୟ ଅଙ୍କଲ ଓ ବାରର କର୍ମଚାରୀଙ୍କ ସହ ମୋଟ ୧୨ ଜଣଙ୍କୁ ପଚାଉଚରା କରିଛି । ହେଲେ ପ୍ରକୃତ ଦୋଷୀଙ୍କୁ ଏଯାଏଁ ଗିରଫ କରିପାରି ନାହିଁ ।