ଜି-୨୦ ସମ୍ମିଳନୀରେ ଯୋଗଦେବେ ମୟୂରଭଞ୍ଜର ସୁବାସା

ଭୁବନେଶ୍ବର : ଓଡ଼ିଶାର ମିଲେଟ୍ ମିଶନର ସଫଳତା ବଖଣିବା ପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା ୯ ତାରିଖ ଠାରୁ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି। ଏଥିରେ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ଯୋଗ ଦେବା ନେଇ ଚୟନ ହୋଇଛନ୍ତି। ଯେଉଁଥିରେ କି ସୁବାସା ଚୟନ ହୋଇଛନ୍ତି। ଯଶିପୁର ବ୍ଲକ ଅଧୀନ ମାଟିଆଗଡ଼ ପଞ୍ଚାୟତର ଗୋଇଲି ଗ୍ରାମରେ ସୁବାସାଙ୍କ ଘର। ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ଯୋଗଦେଇ ନିଜ ଅନୁଭୂତିରୁ ଓଡ଼ିଶାର ମିଲେଟ୍‌ ମିସନ୍‌ର ସଫଳତା ଓ ମାଣ୍ଡିଆର ଉପକାରିତା ସଂପର୍କରେ ବର୍ଣ୍ଣନା କରିବେ। ମଣ୍ଡିଆ ଚାଷ ଯେତେବେଳେ ହଜି ଯାଇଥିଲା ସେତେବେଳେ ୨୦୧୮ମସିହାରେ ସୁବାସା ମଣ୍ଡିଆ ଚାଷ ଆରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ମିଲେଟ ମିଶନ ଯୋଜନାରେ ସାମିଲ ହୋଇ ଚାଷ କରି ସଫଳ ଚାଷୀ ହେବା ସହ ମଣ୍ଡିଆ ମା’ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ମାଣ୍ଡିଆ ଖାଇବା ଦ୍ଵାରା ୨୧ପ୍ରକାର ରୋଗ ଭଲ ହୋଇଥାଏ, ତେଣୁ ସେ ପ୍ରତି ଖାଇବା ଥାଳିରେ ମଣ୍ଡିଆ ପହଞ୍ଚାଇବା ଲକ୍ଷ୍ୟରେ ଚାଷ ଆରମ୍ଭ କରିଥିଲେ ବୋଲି କହିଛନ୍ତି। ବୈଜ୍ଞାନିକ ସମେତ ପାରମ୍ପରିକ ପଦ୍ଧତିର ବିନିଯୋଗ କରି ଚାଷ କରି ରାଜ୍ୟ ତଥା ଜାତୀୟ ସ୍ତରରେ ପୂର୍ବରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ପୁଷ୍ଟିସାଧନ ସହ ଚାଷୀଙ୍କ ଅର୍ଥନୈତିକ ବିକାଶରେ ନୂଆ ଅଧ୍ୟାୟ ଯୋଡିବା ପାଇଁ ଜି-୨୦ସମ୍ମିଳନୀ ପାଇଁ ତାଙ୍କୁ ଚୟନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button