ପପୁ ପମପମକୁ ପଥର ମାଡ଼

ବ୍ରହ୍ମପୁର: ଅଭିନେତା ପପୁ ପମପମକୁ ପଥରମାଡ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ହଟହଟା ହେଲେ କମେଡି କିଙ୍ଗ ପପୁ ପମପମ୍ । ମଞ୍ଚ ଉପରକୁ ବାରମ୍ବାର ପଥର ମାଡ ହେବାରୁ ଅଧାରୁ କାର୍ଯ୍ୟକ୍ରମ ବନ୍ଦ କରିଲେ ଆୟୋଜକ । ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ବ୍ଳକର ସୋରଳ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଅଭିନେତା ପପୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ପଥରମାଡରେ ଦେଢ ଲକ୍ଷ ଟଙ୍କାର ଡିସପ୍ଲେ ବୋର୍ଡ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button