ଏସ୍‌ଟିଏଫ୍ ପଞ୍ଝାରେ ବେପାରୀ: ଦୁଇ କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର୍‌: ଏସ୍‌ଟିଏଫ୍ ପଞ୍ଝାରେ ପୁଣି ଜଣେ ବାଘ ଶିକାରୀ ପଡ଼ିଛି । ତା’ଠାରୁ ଏସ୍‌ଟିଏଫ୍ ୨ଟି କଲରାପତରିଆ ବାଘ ଛାଲ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଭୋଗବାଡି ଗ୍ରାମର ଭାଗବତ ମାଝୀ ବୋଲି ଜଣାଯାଇଛି । ସେ ନୟାଗଡ଼ ଜିଲ୍ଲାର ବାଣୀଗୋଛା ଜଙ୍ଗଲ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଘ ଶିକାର କରି ଛାଲ ବେପାର କରି ଆସୁଥିଲା । ତେବେ ଗତକାଲି ଭାଗବତ ଦଶପଲ୍ଲା ସଦର ସେକ୍ସନ ଅଧୀନସ୍ଥ କୁଆଁରିଆ ଡ୍ୟାମ ଠାରେ ବାଘଛାଲ ବିକ୍ରୟ କରିବା ପାଇଁ ଡିଲ୍ କରୁଥିଲା । ଏହି ସମୟରେ ଏସ୍‌ଟିଏଫ୍ ପକ୍ଷରୁ ତାକୁ କାବୁ କରି ନିଆଯାଇଥିଲା । କେସ୍ ନଂ ୨୫/୨୨ରେ ତାକୁ ଗିରଫ କରାଯିବା ପରେ ଦଶପଲ୍ଲା ଜେଏମ୍‌ଏଫ୍‌ସିଙ୍କ ନିକଟରେ ଆଜି ହାଜର କରାଯାଇଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ହେଲେ ଅଭିଯୁକ୍ତ ଜଣକ କେଉଁଠାରେ ବାଘ ଶିକାର କରିଛି ଓ ଏଥିରେ କିଏ କିଏ ସଂପୃକ୍ତ ଅଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ ।

Related Articles

Leave a Reply

Your email address will not be published.

Back to top button