ଷ୍ଟିୟରିଂ ଛାଡ ଆନ୍ଦୋଳନ: ବାଦାମବାଡ଼ି ଓ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ନାହାନ୍ତି

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ ହୋଇଛି। ଯଦିଓ ଏହି ଆନ୍ଦୋଳନରେ ଡ୍ରାଇଭର ମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି, ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ବିଭନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି ଡ୍ରାଇଭର। ସମ୍ବଲପୁର ଓ ଭୁବନେଶ୍ବରରେ ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ରାସ୍ତାରେ ଗାଡି ଅଟକାଉଛନ୍ତି। ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା ଓ କୋଇଡାରେ ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ରହିଛି।ଭୁବନେଶ୍ୱର ତମାଣ୍ଡୋରେ ଚାଳକ ଓ ପୁଲିସ ମୁଁହାମୁଁହି ହୋଇଥିବା ଖବର ମିଳିଥିବା ବେଳେ ବ୍ରହ୍ମପୁରରେ ବସ ଚଳାଚଳ ବନ୍ଦ ରହିଛି। କଟକ ବାଦାମବାଡ଼ି ଓ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ନାହାନ୍ତି। ବଡ଼ି ଭୋରରୁ କିଛି ବସ ଷ୍ଟାଣ୍ଡରୁ ବାହାରି ଯାଇଥିବା ବେଳେ ଅନେକ ବସ୍ ଅଧାରେ ଅଟକି ରହିଛି। ଭୁବନେଶ୍ୱର ସହର ଭିତରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ଯଦି କୌଣସି ବ୍ୟକ୍ତି ଆଇନକୁ ହାତକୁ ନେବେ ତେବେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁଲିସ କମିଶନର । କୌଣସି ଅପ୍ରତିକର ପରିସ୍ଥିତିର ମୁକାବିଲା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ୍ ଫୋର୍ସ ଏବଂ ୪୦ ଜଣ ଅଫିସର ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button