କେନ୍ଦ୍ରାପଡାରେ ବୃହତ ଷ୍ଟିଲ ପ୍ଲାଣ୍ଟ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାଅଧିବାସୀଙ୍କ ପାଇଁ ସବୁଠୁ ବଡ ଖୁସିର ଖବର | କେନ୍ଦ୍ରାପଡାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ | ଆର୍ସେଲର ମିତ୍ତଲ କରିବ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ | ଏନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ କମ୍ପାନି ମଧ୍ୟରେ ଲୋକସେବା ଭବନରେ ଏମଓୟୁ ସ୍ୱାକ୍ଷରିତ ହୋଇଛି |

ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ, କେନ୍ଦ୍ରାପଡାରେ ବାର୍ଷିକ ୧୨ମିଲିୟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲର ନିପନ ଷ୍ଟିଲ | ଏଥିପାଇଁ ୫୦ହଜାର କୋଟି ଟଙ୍କା ନିବେଶ କରାଯିବ | ଆଜି ଲୋକସେବା ଭବନରେ ଏହି ଏମଓୟୁ ସ୍ୱାକ୍ଷର ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତଲର ଏଲଏନ ମିତ୍ତଲ | କେନ୍ଦ୍ରାପଡାର ବିକାଶ ଧାରାରେ ଆଉ ଗୋଟେ ଫର୍ଦ୍ଦ ଯୋଡିହେବ |

Related Articles

Leave a Reply

Your email address will not be published.

Back to top button