କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ରାଜ୍ୟ ସ୍ଥରୀୟ “ଯୁବ ଦିବସ” ଏବଂ “ସମ୍ବର୍ଦ୍ଧନା” ସଭା
ଭୁବନେଶ୍ବର: ଆଜି ଦିନ ୧୧ ଘଣ୍ଟା ସମୟରେ ହିନ୍ଦୁ ଧର୍ମ ର ମାର୍ଗଦର୍ଶକ ତଥା ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ତତ୍ ସହିତ ଏକ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭା ଏବଂ ସାଙ୍ଗଠନିକ ବୈଠକ ମଧ୍ୟ ଅନୁଷ୍ଠିତ କରାଗଲା। ସକାଳ ୧୦ ଘଣ୍ଟା ସମୟରେ ପ୍ରାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ରେ ରାଜ୍ୟ କମିଟି ଏବଂ ସମସ୍ତ ମୋର୍ଚ୍ଚା ର ଭୁବନେଶ୍ୱର ଜିଲ୍ଲା କମିଟି ( ମୁଖ୍ୟତଃ ଭୁବନେଶ୍ୱର ଜିଲ୍ଲା ର ଯୁବ ମୋର୍ଚ୍ଚା ) ର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତି ରେ ସର୍ବପ୍ରଥମେ ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ରାସ୍ତା କଡ଼ରେ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଗଲା। ତାପରେ ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ସହ ଏକ ସାଙ୍ଗଠନିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ସାଙ୍ଗଠନିକ ବୈଠକ ରେ ସଂଗଠନ ର ଆଗାମୀ ଦିନ ର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଗଲା। ଏବଂ ସଂଗଠନ କୁ ତୃଣ ମୂଳ ସ୍ତର ରୁ ସୁଦୃଢ କରିବା ପାଇଁ ଆଲୋଚନା କରାଗଲା। ତତ୍ ସହିତ ଆଜି ଅନୁଷ୍ଠିତ ହୋଇଥିବା ସମ୍ବର୍ଦ୍ଧନା ସଭା ରେ ନୂତନ ଭାବେ ଦାୟିତ୍ଵ ନେଇଥିବା ସମସ୍ତ ମୋର୍ଚ୍ଚା ର ରାଜ୍ୟ ପଦାଧିକାରୀ ଏବଂ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଗଲା। ତତ୍ ସହିତ ନୂତନ ଭାବେ ଗଠିତ ହୋଇଥିବା କୋର କମିଟି ର ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ କୋର୍ କମିଟି ର ସଦସ୍ୟ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଗଲା। ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ସଂଗଠନ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ପୀୟୂଷ ମହାନ୍ତି ଓ ସଂଗଠନ ର ପ୍ରତିଷ୍ଠାତା ଶ୍ରୀ ଦିଲୀପ କୁମାର ଦାସ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ସମାଜ ସେବୀ ରୁଦ୍ର ସାମନ୍ତରାୟ, ବରିଷ୍ଠ ବି.ଜେ.ପି ନେତା ଡ. ପଞ୍ଚାନନ ନାୟକ, ଏବଂ ରାଜ୍ୟ ବି. ଜେ.ପି ସଂଯୋଜକ ଅଜିତ ଦାଶ ଯୋଗଦାନ କରିଥିଲେ ଏତତ୍ ବ୍ୟତୀତ ରାଜ୍ୟ କୋର୍ କମିଟି ସଭାପତି ରବୀନ୍ଦ୍ର କୁମାର ଶତପଥୀ, ରାଜ୍ୟ କୋର୍ କମିଟି ଉପସଭାପତି ପ୍ରସନ୍ନ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି ରୁଦ୍ର ନାରାୟଣ ଜିତ୍ ବାବୁ, ରାଜ୍ୟ ମାର୍ଗଦର୍ଶକ ତଥା ରାଜ୍ୟ କୋର୍ କମିଟି ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ଦାଶ, ରାଜ୍ୟ ଉପସଭାପତି ଆର୍ୟବ୍ରତ ସାମଲ, ସଞ୍ଜୟ କୁମାର ବାରିକ, ବ୍ରହ୍ମ ପ୍ରସାଦ ମହାପାତ୍ର, ଅସିତ୍ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଅମରେଶ ସାମନ୍ତ, ରାଜ୍ୟ ସମ୍ପାଦକ ଅଞ୍ଜନ ତ୍ରିପାଠୀ, ଅନିଲ ମହାନ୍ତି, ଆଲ୍ଫା ରାୟ, ପ୍ରିୟବ୍ରତ ରାଉତ, ରାଜ୍ୟ ପ୍ରବକ୍ତା ନିଗମାନନ୍ଦ ଜେନା, ରାଜ୍ୟ ରାଲି ପ୍ରମୁଖ ନିଗମ ମହାନ୍ତି, ରାଜ୍ୟ କୋଷାଧ୍ୟକ୍ଷ ଦେବାଶିଷ ମିଶ୍ର, ରାଜ୍ୟ ଆଇନ୍ ପରାମର୍ଶଦାତା ଗୋପାଳ କୃଷ୍ଣ ପଟ୍ଟନାୟକ, ରାଜ୍ୟ ମିଡ଼ିଆ ପ୍ରଭାରୀ ଗୌର ଗିରି ଦାସ, ସୁଶାନ୍ତ ଦାସ, ରାଜ୍ୟ ପ୍ରଚାରକ ଜଗଦୀଶ ମିଶ୍ର, ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ପଟ୍ଟନାୟକ, ରାଜ୍ୟ ସହ ସଂଯୋଜକ ଅଶୋକ ଗଣ୍ଠିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତ୍ରିଲୋଚନ ଦାସ, କମଳାକାନ୍ତ ମହାଳିକ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ବନ୍ଦନା ଦାଶ କାନୁନଗୋ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ବେହେରା, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସଂଗ୍ରାମ ଭୁୟାଁ, ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସାର୍ଥକ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାଜୀବ ମିଶ୍ର, ଭୁବନେଶ୍ୱର ଜିଲ୍ଲା ମୁଖ୍ୟ ମୋର୍ଚ୍ଚା ସଭାପତି ପ୍ରଣବ ଦାସ, ଭୁବନେଶ୍ୱର ଜିଲ୍ଲା ମିଡ଼ିଆ ପ୍ରଭାରୀ ନରେଶ ବାରିକ ତଥା ସଂଗଠନ ର ଅନ୍ୟାନ୍ୟ ପ୍ରମୁଖ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।