ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା

ଭୁବନେଶ୍ବର: ବହିର ମହାକୁମ୍ଭ ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା -୨୦୨୬ ଆଠ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସହରର ମହୀପାଳ ଟେଲିକମ ପଡିଆରେ ଅନୁଷ୍ଠିତ ଉକ୍ତ ମେଳାରେ ୫୦ରୁ ଅଧିକ ସାରସ୍ୱତ, ବୌଦ୍ଧିକ, ସାଂସ୍କୃତିକ ତଥା ଯୁବ ଓ କିଶୋର ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେଇଥିବା ସମସ୍ତ ଅତିଥି, ପ୍ରକାଶକ ତଥା ପୁସ୍ତକ ବିକ୍ରେତା,ବିଜ୍ଞ ପାଠକ ଓ କ୍ରେତା, ପ୍ରତିଯୋଗୀତା ସମୂହର ବିଚାରକ,ଆମ ମୁଖପତ୍ର କେନ୍ଦ୍ରାପଡ଼ା ପରିକ୍ରମାର ସାତଭାୟା ବିଶେଷାଙ୍କର ସମସ୍ତ ଆଲେଖ୍ୟଦାତା,ସମସ୍ତ ପୁରସ୍କାର ପ୍ରାପକ,ଜିଲ୍ଲା ସଂସ୍କୃତି ବିଭାଗ ଓ ପ୍ରଶାସନ, ବିଦ୍ୟୁତ ବିଭାଗ, ପୌରପ୍ରଶାସନ, ଟେଲିକମ ବିଭାଗ, ବାୟାମଠ କର୍ତ୍ତୃପକ୍ଷ, ଗଣମାଧ୍ୟମ ପ୍ରତିନିଧି, ଵିଜ୍ଞାପନଦାତା ଓ ସର୍ବୋପରି ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ(କେମ୍ )ର ସମସ୍ତ ଦକ୍ଷ ଇଭେଣ୍ଟ ମ୍ୟାନେଜର୍ସ ମାନଙ୍କ ନିକଟରେ ଅନୁଷ୍ଠାନ କୃତଜ୍ଞ ବୋଲି ସଭାପତି ଅକ୍ଷୟ ପାଣି ସୂଚନା ଦେଇଛନ୍ତି। ଏହି ଅବସରରେ କେମ୍‌ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଆଲାସ୍କା ବିଶ୍ବବିଦ୍ୟାଳୟ ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସ ମୁଖ୍ୟବକ୍ତା, ବରିଷ୍ଠ କବି ତଥା ରେଳ ବିଭାଗର ପ୍ରାକ୍ତନ ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ ସମ୍ମାନିତ ଅତିଥି, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ ଯୋଗଦେଇ କହିଥିଲେ ଯେ ଭଲ ବହି ଆରମ୍ଭହୁଏ ଆନନ୍ଦରୁ ଜ୍ଞାନରୁ ଶେଷ ହୁଏ ।

ଯେତେ ବଡ ମଣିଷ ହୁଅନ୍ତୁ ନା କାହିଁକି ସେମାନେ ସମସ୍ତେ ବହି ପଢି ମଣିଷ ହୋଇଛନ୍ତି । ବହି ହେଉଛି ମଣିଷ ତିଆରି କାରଖାନା । ଆୟୋଜକ କେମ୍ କମିଟି ଦ୍ଵାରା ଚଳିତବର୍ଷ ପାଇଁ ପଚାଶ ବର୍ଷ ବୟସ ସୀମା ମଧ୍ୟରେ ‘ପୁସ୍ତକମେଳା ଯୁବ ସାହିତ୍ୟ ପୁରସ୍କାର’ ଯୁବ କଥାକାର ମାତୃଦତ୍ତ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। ସେହିପରି ନୂତନ ପିଢିର ତରୁଣ ଲେଖକା/ଲେଖକାମାନଙ୍କୁ ସାହିତ୍ୟ ରଚନା ଦିଗରେ ପ୍ରୋସାହିତ କରିବା ନିମନ୍ତେ ‘ପୁସ୍ତକ ମେଳା ନବସୃଜନ ପୁରସ୍କାର’, ଯୁବକବି ସଂଗ୍ରାମ ମହାରଣା, କେମ୍ ଶ୍ରେଷ୍ଠ ସାହିତ୍ୟ କେମ୍‌ର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟ, ଅବନ୍ତ ବେହେରା, ରଣଧୀର ଜେନା, ସାହିତ୍ୟକ ଶୁଭାଶୁ ଦାସ, ନୃସିଂହ ତ୍ରିପାଠୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ୮ଦିନ ଧରି ଚାଲିଥିବା ଏହି ପୁସ୍ତକମେଳାରେ ୫୧ଟି ଷ୍ଟଲ ପଡିଥିଲା ।

ଏହି ଉତ୍ସବକୁ କେମ୍‌ର ସଦସ୍ୟ ଭାଗିରଥି ଓଝା, ଭବାନୀ ଓଝା, ତାରିଣୀ ପାଟ୍ଟଯୋଶୀ, ଶୁଭ୍ରାଂଶୁ ଦାସ, ସ୍ଵୟଂଶୁ ଦାସ, ଶେଷଦେବ ଦାସ, ଅମ୍ରନ ସାହାଦତ୍, ସରୋଜ କୁମାର ସାହୁ, ବିନାୟକ ପ୍ରଧାନ, ଲୋପାମୁଦ୍ରା ଦାସ, ସାଗର ଜେନା, ପ୍ରଫୁଲ୍ଲ ଜେନା, ହିମାଂଶୁ ଦାସ, ଧର୍ମଦର୍ଶୀ କର, ମନୋଜ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦ୍ୟୁମ୍ନ ବେହୁରା, ରାଜେନ୍ଦ୍ର ମହାପାତ୍ର, ମଞ୍ଜୁଶ୍ରୀ ଦାସ, ଗିରିଜା ପ୍ରସାଦ ଦାସ, ଡ. ଗୌରିକାନ୍ତ ଦାସ, ବଂଶିଧର ରଞ୍ଜନ ବାରିକଙ୍କ ସହିତ ସେ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସହିତ ପରିଚାଳନା କରିଥିଲେ। କେମ୍ ଶ୍ରେଷ୍ଠ ସମ୍ବାଦ ସାହିତ୍ୟ ସମ୍ମାନ ବରିଷ୍ଠ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, କେମ୍ ଶ୍ରେଷ୍ଠ ସମ୍ବାଦ ସୁଜନ ସମ୍ମାନ ଲକ୍ଷ୍ମୀକାନ୍ତ ନାୟକ, କେମ ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜର ସମ୍ମାନ ବଂଶିଧର ମହାନ୍ତି, କେମ ଶ୍ରେଷ୍ଟ ଇଭେଣ୍ଟ ମ୍ୟାନେଜର ସମ୍ମାନ ଅପ୍ରିନ ସାଦାଦତଙ୍କୁ ପୁରସ୍କାର ସ୍ଵରୂପ ପ୍ରତ୍ୟେକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମହମ୍ମଦ ଜାହିଦ୍ ଖାନ୍ ସମ୍ପାଦେକୀୟ ବିବରଣୀ ପାଠ କରିଥିବା ବେଳେ ସ୍ଵାଗତ ଭାଷଣ ଦେଇଥିଲେ ପ୍ରଫୁଲ୍ଲ ଜେନା । କବୟିତ୍ରୀ ନବଜ୍ୟୋତି ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୌଦ୍ଧିକ ମନ୍ତ୍ରପାଠ କରିଥିଲେ ଦୁର୍ଗାମାଧବ ପଣ୍ଡା ଓ ଶେଷରେ ବଂଶୀଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button