ରଥଯାତ୍ରା ପାଇଁ ସ୍ବତନ୍ତ୍ର ମୋ ବସ୍‌ ଚଳାଚଳ

ଭୁବନେଶ୍ୱର: କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ରଥଯାତ୍ରା ପାଇଁ ସ୍ବତନ୍ତ୍ର ବସ୍‌ ସେବା ଆରମ୍ଭ କରାଯାଇଛି। ରଥାରୁଢ଼ ବିଗ୍ରହଙ୍କୁ ଦର୍ଶନ କରିବା ପାଇଁ ସମଗ୍ର ଭାରତରୁ ଶ୍ରଦ୍ଧାଳୁମାନେ ପୁରୀ ଆସୁଛନ୍ତି। ସେମାନଙ୍କ ଚିନ୍ତାମୁକ୍ତ ଓ ସହଜ ଗମନାଗମ ପାଇଁ କ୍ରୁଟ୍‌ ପକ୍ଷରୁ ସ୍ବତନ୍ତ୍ର ମୋ ବସ୍‌ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି। ଜୁନ୍‌ ୨୦ରୁ ୨୧ ଏବଂ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍‌ ୨ଇ ଦେଇ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରୁ ତାଳବଣିଆ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ମୋ ବସ୍‌ ଚଳାଚଳ କରିବ। ସେହିପରି ରୁଟ୍‌ ୩ଇ, ରୁଟ୍‌ ୪ଇ, ୫୦ଇ, ୫୧ଇ, ୫୩ ସଟଲ୍‌ ବସ୍‌ ଓ ୫୪ଇ ରୁଟ୍‌ ଦେଇ ଯଥାକ୍ରମେ କାକଟପୁର ନୂଆ ବସ୍‌ଷ୍ଟାଣ୍ଡ, ଜଗତପୁର, କଟକ, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ଆଇଏସ୍‌ବିଟି, ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ପାର୍କ, କଟକ ଦେଇ ତାଳବଣିଆ ବସ୍‌ଷ୍ଟାଣ୍ଡକୁ ଯିବ। ଜୁନ୍‌ ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ରୁଟ୍‌ ସଂଖ୍ୟା ୨, ୩, ୪, ୫୦, ୫୧, ୫୩ ସଟଲ୍‌ ବସ୍‌ ଏବଂ ୫୪ ଦେଇ ଯଥାକ୍ରମେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ, କାକଟପୁର ନୂଆ ବସ୍‌ଷ୍ଟାଣ୍ଡ, ଜଗତପୁର, କଟକ, ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ଆଇଏସ୍‌ବିଟି, ମାଳତିପାଟପୁର ବସ୍‌ଷ୍ଟାଣ୍ଡ ଏବଂ ବିଜୁ ପଟ୍ଟନାୟକ ପାର୍କ, କଟକ ଦେଇ ପୁରୀ ବସ୍‌ଷ୍ଟାଣ୍ଡକୁ ଯିବ। ଅପରପକ୍ଷେ ରଥଯାତ୍ରା ପାଇଁ ପୁରୀରେ ଟ୍ରାଫିକ୍‌ କଟକଣା ପାଇଁ ୨୦ରୁ ୩୦ ତାରିଖ ପର୍ଯ୍ୟନ୍ତ ରୁଟ୍‌ ନଂ ୫୨ ପୁରୀ ଆନ୍ତଃ-ସହର ମୋ ବସ୍‌ ଓ ରୁଟ୍‌ ନଂ ୭ ଓ ୮ରେ ବ୍ରହ୍ମଗିରିକୁ ଚାଲୁଥିବା ସ୍ବତନ୍ତ୍ର ମୋ ବସ୍‌ ସେବା ବାତିଲ ରହିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button