ବିଜେପି ଟିକେଟ ନ ଦେବାରୁ ରାଗିଲେ ସୌମ୍ୟରଂଜନ, ଘସିପୁରାରୁ ହେବେ ସ୍ବାଧୀନ ପ୍ରାର୍ଥୀ

ଭୁବନେଶ୍ବର: ଗୋଟିଏ ଦିନ ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକ ମା’ ତାରିଣୀଙ୍କୁ ଦର୍ଶନ କରି କହିଲେ ବିଜେପିରୁ ଟିକେଟ ଅଫର ଅଛି। ହେଲେ ତା ପରଦିନ ବିଜେପିର ତାଲିକା ବାହାରିଲା ବେଳକୁ ଘସିପୁରାରେ ପ୍ରାର୍ଥୀ ହେଲେ ଶମ୍ବୁନାଥ ରାଉତ। ଯାହାକୁ ନେଇ ଖୋଦ ସୌମ୍ୟରଂଜନ ପଟ୍ଟନାୟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବର୍ତ୍ତମାନ କୌଣସି ଦଳ ଟିକେଟ ନ ଦେବାରୁ ସୌମ୍ୟରଞ୍ଜନ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। କାରଣ ତାଙ୍କର ବଡ ଆଶା ଥିଲା ବିଜେପିରୁ ଟିକେଟ ନିଶ୍ଚିତ ମିଳିବ। ତାହା ନ ହେବାରୁ ସେ ବର୍ତ୍ତମାନ ସ୍ବାଧୀନ ପ୍ରାର୍ଥୀ ହେବେ।

Related Articles

Leave a Reply

Your email address will not be published.

Back to top button