କଂଗ୍ରେସରେ ଯୋଗଦେଲେ ଶ୍ରୀକାନ୍ତ ଜେନା

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ବୁଧବାର କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଅଜୟ କୁମାର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ଦଳରେ ସେ ଯୋଗଦେବା ପରେ କହିଛନ୍ତି ଦଳ ଓ ତାଙ୍କ ମଧ୍ୟରେ ଯେଉଁ ସବୁ ପାର୍ଥକ୍ୟ ଥିଲା ଆଲୋଚନା ପରେ ସମାଧାନ ହୋଇସାରିଛି  । ଓଡିଶାରେ ବିଜେପି-ବିଜେଡିକୁ ଟକ୍କର ଦେବା ପାଇଁ କଂଗ୍ରେସ-ଇଣ୍ଡି ମେଂଟକୁ ସୁଦୃଢ କରିବା ପାଇଁ ସେ କାର୍ଯ୍ୟକରିବେ  । କଂଗ୍ରେସ ନେତା ଓ କର୍ମୀ ମିଳିତ ଭାବେ କାର୍ଯ୍ୟ କରି ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କଥା ଦୋହରାଇଛନ୍ତି । ୨ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ଶାହା କମିସନ ପର୍ଦ୍ଦାଫାସ କରିବା ପରେ ମଧ୍ୟ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ସୁରକ୍ଷା ଦେଉଛନ୍ତି । ଦଳରେ ଯୋଗ ଦେବା ପୂର୍ବରୁ ସେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସଂଗଠନ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଭେଟିଥିଲେ । ତେବେ ଦଳ ତାଙ୍କୁ ଆଗାମୀ ଦିନରେ ଯେଉଁ ଦାୟିତ୍ୱ ଦେବ ତାହାକୁ ସେ କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି ।  ସୂଚନାଯୋଗ୍ୟଯେ, ଦଳ ବିରୋଧି କାର୍ଯ୍ୟ ପାଇଁ ୨୦୧୮ ଡିସେମ୍ବର ମାସରେ ପ୍ରଥମେ ଶ୍ରୀ ଜେନାଙ୍କୁ ଦଳର ଇସ୍ତାହାର କମିଟିରୁ ବିଦା କରାଯିବା ପରେ ୨୦୧୯ ଜାନୁଆରି ମାସରେ ଦଳରୁ ସେ ବହିଷ୍କୃତ ହୋଇଥିଲେ ।  ଗତ କିଛିଦିନ ଧରି ସେ ଏଆଇସିସିର ବରିଷ୍ଠ ନେତାମାନଙ୍କର ସମ୍ପର୍କରେ ଥିଲେ। ଓଡିଶାରେ ପରବର୍ତୀ ରାଜନୈତିକ ପରିସ୍ଥିତିରେ ବିଜେଡି ଓ ବିଜେପି ବିରୋଧରେ ତାଙ୍କୁ ଅସ୍ତ୍ର ଭାବେ ଦଳ ବ୍ୟବହାର କରିବ ବୋଲି ସୂଚନା ମିଳିଛି  ।

Related Articles

Leave a Reply

Your email address will not be published.

Back to top button