କେଶରୀୟ ହିନ୍ଦୁ ବାହିନୀ ପକ୍ଷରୁ ଶ୍ରୀରାମ ଜୟନ୍ତୀ ପାଳିତ

ଭୁବନେଶ୍ବର: ପ୍ରତି ବର୍ଷ ପରି ଚଳିତ ବର୍ଷ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପରିବାର ପକ୍ଷରୁ ସ୍ଥାନୀୟ ଅଶୋକ ନଗର ସ୍ଥିତ କାର୍ଯ୍ୟାଳୟରେ ଭଗବାନ ଶ୍ରୀରାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଯଥା ବିଧି ମୁତାବକ ପତାକା ଉତ୍ତୋଳନ, ରାମଧୂନ ଗାନ, ଦୀପ ପ୍ରଜ୍ଜ୍ବଳନ, ସୂର୍ଯ୍ୟପୂଜା, ପୂଜାସ୍ଥାନ ସଂସ୍କାର, ରାମାଭିଷେକ, ପୂଜନ, ହବନ, ସୁନ୍ଦରାକାଣ୍ଡ ଏବଂ ହନୁମାନ ଚାଳିଶା ପାଠ, ଆଳତି ଆଦି ସମ୍ପନ୍ନ ହୋଇଥିଲା। ପରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା। କେଶରୀୟା ହିନ୍ଦୁ ବାହିନୀର ପ୍ରତିଷ୍ଠାତା ରୁଦ୍ର ନାରାୟଣ ଓ ରାଜ୍ୟ ସଭାପତି ଡ. ଅକ୍ଷୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।