ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼
ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ହୋଇଛି । ବ୍ରଜରାଜ ନଗର ଗାନ୍ଧିଛକ ନିକଟରେ ଗୁଳିମାଡ ହୋଇଛି । ଗୁଳିଟି ନବଦାସଙ୍କ ଦେହରେ ବାଜିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ସମୟରେ ଗାନ୍ଧିଛକ ନିକଟରେ ପୋଲିସ୍ ହିଁ ନବଙ୍କୁ ଗୁଳି କରିଛି । ଗୁଳି କରିଥିବା ପୋଲିସ୍ ହେଉଛନ୍ତି ଏଏସଆଇ ଗୋପାଳ ଦାସ । ଏନେଇ ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି । ତେବେ ଏଏସଆଇ ଏଭଳି କାହିଁକି କଲେ, ସେ ନେଇ ତାଙ୍କୁ ପଚରାଉଚରା କରାଯାଉଛି । ବ୍ରଜରାଜନଗର ଏସଡିପିଓ କହିଛନ୍ତ ତଦନ୍ତ କରାଯାଇ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗାନ୍ଧିଛକ ପୋଲିସ୍ ଆଉଟ୍ ପୋଷ୍ଟରେ କାର୍ଯ୍ୟ କରନ୍ତି ଏଏସଆଇ ଗୋପାଳ ଦାସ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡା ଏୟାରପୋର୍ଟ ଅଣାଯାଇଛି। ସେଠାରୁ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଉଛି।ବ୍ରଜରାଜ ନଗରରେ ରବିବାର ତାଙ୍କୁ ଗୁଳିମାଡ ହୋଇଛି। ଗାଡିରୁ ଓହ୍ଲାଇବା ସମୟରେ ତାଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ତାଙ୍କୁ ଗୁଳି କରିଛନ୍ତି। ପୋଲିସ ଏଏସ୍ଆଇ ଜଣକ ହେଲେ ଗାନ୍ଧି ଛକ ଥାନାର ଏଏସ୍ଆଇ ଗୋପାଳ ଦାସ। ସେ ମନ୍ତ୍ରୀଙ୍କୁ ୪-୫ ରୁ ରାଉଣ୍ଡ ଗୁଳି କରିଛନ୍ତି। ଘଟଣା ପରେ ପୋଲିସ ଏଏସଆଇଙ୍କୁ କାବୁ କରି ନେଇଥିଲା। ଏବେ ତାଙ୍କୁ ପଚରା ଉଚରା ଚାଲଛି।ଗୁଳିମାଡ ହେବାପରେ ମନ୍ତ୍ରୀ ଅଚେତ ହୋଇ ପଡିଥିଲେ। ବାମ ପଟ ଛାତିରେ ଗୁଳିମାଡ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଝାରସୁଗୁଡାର ଏକ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଳା। ତା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରି ଆଣିବା ପକ୍ରିୟା ଜାରି ରହିଛି। ସବୁଠାରୁ ବଡ କଥା ହେଉଛି , ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଛି । ମନ୍ତ୍ରୀଙ୍କ ସହ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି ।