ଦୁଇଦିନ ଶିମିଳିପାଳ ବନ୍ଦ

ଭୁବନେଶ୍ବର :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ବନ୍ଦ କରିଦିଆଯାଇଛି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନାନୀ ସୂଚନା ଦେଇଛନ୍ତି। ଶିମିଳିପାଳ ଅଭୟାରଣ୍ୟକୁ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଆସୁଛନ୍ତି, ଯାହାକି ବିଶେଷ କରି ଶିମିଳିପାଳ ପାଇଁ ଗର୍ବ ଓ ଗୌରବର ବିଷୟ। ଏହାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା, ଆତିଥ୍ୟସେବା ଓ ପରିଦର୍ଶନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି ଶ୍ରୀ ଗୋଗିନେନୀ କହିଛନ୍ତି। ରାଷ୍ଟ୍ରପତି ୪ ତାରିଖ ପୂର୍ବାହ୍ନରେ ଯଶୀପୁର ହେଲିପ୍ୟାଡରୁ ଓହ୍ଲାଇ ସଡ଼କ ପଥରେ ସ୍ବତନ୍ତ୍ର ଗାଡିରେ ଶିମିଳିପାଳ ଗସ୍ତ କରି ଅପରାହ୍ନରେ ପୁନର୍ବାର ଯଶୀପୁର ହେଲିପ୍ୟାଡକୁ ଫେରିଯିବେ।

Related Articles

Leave a Reply

Your email address will not be published.

Back to top button