୨୬ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ମାହୋଲ ଦେଖିବାକୁ ମିଳୁଥିବା ବେଳେ ଆସନ୍ତା ୨୬ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଲୋକସଭା ପ୍ରବାସ କାର୍ୟ୍ୟକ୍ରମରେ ଭଦ୍ରକରେ କରିବେ ସମାବେଶ । ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହ କରିବେ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ୨୦୨୪ ନିର୍ବାଚନ ପାଇଁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରୁଛି ।  ଏହାପୂର୍ବରୁ ଗତ ଅଗଷ୍ଟ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ଶାହା । ସେହି ସମୟରେ ଦଳୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ସଙ୍ଗଠନକୁ ସୁଦୃଢ କରିବାକୁ ମନ୍ତ୍ର ଦେଇଥିଲେ ଶାହା ।

Related Articles

Leave a Reply

Your email address will not be published.

Back to top button