ପ୍ରେମସମ୍ପର୍କକୁ ନେଇ ଗୁଳିମାଡ଼: ୩ ଗୁରୁତର

ଭୁବନେଶ୍ୱର: ପ୍ରେମ ସମ୍ପର୍କକୁ ନେଇ ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ଗୁଳି ମାଡ ଓ ୩ ଗୁରୁତର ଏବଂ କଟକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରଣ । ଖବର ନେବାରେ ଜଣାଯାଏ ହରିଡାପଶି ଗ୍ରାମର ସଦାନନ୍ଦ ଦାସ (୪୦) ଲିଟୁ ନିଜ ମାମୁଁ ଘର ଜେନାପଦା ଗ୍ରାମରେ ରହି ପାଠ ପଢୁଥିଲେ ଏବଂ ସେ ମିଲିଟାରୀର ଚାକିରୀ କରୁଥିଲେ । ଚାକିରୀ କରୁଥିବା ସମୟରେ ଛୁଟିରେ ଘରକୁ ଆସବା ସମୟରେ ଅଧିକାଂଶ ସମୟରେ ମାମୁଁ ଘରକୁ ଯାଇଥାନ୍ତି ଏବଂ ସେହି ସମୟରେ ମାମୁଁ ଘର ପଡୋଶି ଜୈନିକ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ଲିଟୁ ମିଲିଟାରୀରୁ ଅବସର ନେଇ ମାରୁଗୋଠ ଛକରେ ଏକ ଘର କରି ସର୍ଭିସିଂ ସେଂଟର ଚଳାଇ ରହୁଛନ୍ତି । ଜେନାପଦା ଗ୍ରାମରେ ରହୁଥିବା ସମୟରେ ତାଙ୍କର ପଡୋଶି ରହୁଥିବା ଜୈନିକ ମହିିଳାଙ୍କ ସହିତ ପ୍ରେମ ଜନିତ ସମ୍ପର୍କ ଗଢି ଉଠିଥିଲା ଉକ୍ତ ମହିଳାଙ୍କର ସ୍ୱାମୀ ମଧ୍ୟ ମିଲିଟାରୀରେ ଚାକିରୀ କରି ବାହାରେ ରହୁଛନ୍ତି । ଏହାର ସୁଯୋଗ ନେଇ ବାରମ୍ବାର ଲିଟୁ ଉକ୍ତ ମହିଳାଙ୍କ ପାଖକୁ ଯିବା ଆସିବା କରିବାରେ ଉକ୍ତ ପରିବାର ପକ୍ଷରୁ ତାଙ୍କୁ ବିରୋଧ କରିବାରେ ଲିଟୁ ତାଙ୍କର ସହିତ ଉକ୍ତ ମହିଳାଙ୍କ ଅସଙ୍ଗତ ଫଟୋ ମାନ ସୋସିୟାଲ ମିଡିଆରେ ଛାଡି ଭାଇରାଲ କରିବାରେ ଦୁଇ ପରିବାର ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଆଜି ପୁନର୍ବାର ଲିଟୁ ଜେନାପଦା ଗ୍ରାମକୁ ଯାଇ ଉକ୍ତ ମହିଳାଙ୍କ ସହିତ ମିଳାମିଶା କରିିବାକୁ ଉଦ୍ୟମ କରୁଥିବା ସମୟରେ ତାକୁ ମହିଳାଙ୍କ ଶଶୁର ବଂଶୀଧର ନାୟକ (୬୦), ଦିଅର ଜିତେନ୍ଦ୍ର ନାୟକ (୩୨) ଓ ଦାଦା ଶଶୁର ଦିନବନ୍ଧୁ ନାୟକ (୪୫) ତାକୁ ପ୍ରତିରୋଧ କରିବା ସହିତ ମାଡ ମାରିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଲିଟୁ ହଠାତ ଘରକୁ ଆସି ଏକ ବନ୍ଧୁକ ନେଇ ଆଖିବୁଜା ୭ ରାଉଣ୍ଡ ଗୁଳି ଚଳାଇ ଥିଲେ । ଯାହାକୁ ବଂଶୀଧରଙ୍କ ଠାରେ ୩ ଗୋଟି ଏବଂ ଦୀନବନ୍ଧୁଙ୍କ ଠାରେ ୩ ଗୋଟି ଏବଂ ଦିଅର ଜିତେନ୍ଦ୍ରଙ୍କ ଠାରେ ଗୋଟିଏ ଗୁଳି ବାଜିଛି ଏବଂ ଗୁଳି ମାଡ କରି ଲିଟୁ ଫେରାର ହୋଇଯାଇଛି । ଗ୍ରାମବାସୀଙ୍କ ସହାୟତାରେ ୩ ଗୁରୁତରଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା କରୁଥିବା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି କଟକ ମୁଖ୍ୟ ଡାକ୍ତରଖାନା ପଠାଇ ଦେଇଛନ୍ତି । ଖବର ପାଇ ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Related Articles

Leave a Reply

Your email address will not be published.

Back to top button