ବରିଷ୍ଠ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କୁ “ମଦର ଟେରେସା ସେବା ସମ୍ମାନ”

ଖୋର୍ଦ୍ଧା/ଜଟଣୀ (୧୧.୦୨.୨୬): ଜଟଣୀ କୁଦିଆରୀ ବଜାର ସ୍ଥିତ ଟିନି ଟଟସ ମଣ୍ଟେଶ୍ୱରୀ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ରେଲୱେ ଇନଷ୍ଟିଚ୍ୟୁଟ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରରେ ମୁଖ୍ୟଅତିଥି ଭାବେ ଉତ୍କଳ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର ଆଣ୍ଡ ଟେ୍କ୍ନୋଲୋଜି ର ପ୍ରତିଷ୍ଠାତା ତଥା ଚେୟାରମେନ ପ୍ରତାପ ଚନ୍ଦ୍ର ସାମନ୍ତରାୟ, କୋହେନ୍ ଇଣ୍ଟରନେସନାଲ୍ ସ୍କୁଲର ଭାଇସ ଚେୟାରମେନ ବିକାଶ ବାହିନୀପତି, ସମ୍ପାଦକ ଜନ୍ମେଜୟ ମଣ୍ଡଳ, ଏଚ ଆଇ ଆର୍ ଡି ର ରାଜ୍ୟ ସଭାପତି ତଥା ଆସ୍ତା ଷ୍ଟଡି ସେଣ୍ଟର୍ ର ପ୍ରତିଷ୍ଠାତା ଭାବନା ମିଶ୍ର, ଗୌରୀ ସାଂସ୍କୃତିକ ପାଠଶାଳା ପ୍ରତିଷ୍ଠାତା ତଥା ଗୁରୁମା ଶ୍ରୀମା ଜଗଦେବ, ବରିଷ୍ଠ ଆଇନଜୀବୀ ତଥା ସ୍କୁଲର ଲିଗାଲ ଆଡଭାଇଜର ଅକ୍ଷ୍ୟାଂଶୁ ଶେଖର ନାୟକ, ବାର୍ ଆସୋସିଏସନ୍ ର ପୂର୍ବତନ ସଭାପତି ଶରତ ଚନ୍ଦ୍ର ପାଇକରାୟ, ବରିଷ୍ଠ ସମାଜ ସେବୀ ବୃନ୍ଦାବନ ସୁବୁଦ୍ଧି, ସ୍କୁଲର ପ୍ରିନସିପଲ୍ ତାହେରା ବେଗମ ରାଜା ୱେଲଫେୟାର ଟ୍ରଷ୍ଟର ଚେୟାରମେନ ମହମ୍ମଦ ପରୱାଜ଼ ହାଇଦର ଅତିଥି ଭାବେ ଯୋଗ ଦେଇଥିଲେ l

ଏହି ଅବସରରେ ୫୦ ଜଣ କୁନି କୁନି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଆର୍ ଏନ୍ ସି (ରାଜା ନିଉଜ୍ ଚ୍ୟାନେଲ)ର ଶୁଭାରମ୍ଭ କରାଯାଇଥିଲା ଏବଂ ରାଜା ୱେଲଫେୟାର ଟ୍ରଷ୍ଟ ତରଫରୁ ୨୫ ଜଣ ବରିଷ୍ଠ ସମାଜସେବୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ”ମୋ ପରିବାର”ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ଙ୍କୁ”ମଦର ଟେରେସା ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମୀ ସାମନ୍ତ, ସ୍ୱାଗତିକା ସାହୁ, ପ୍ରୀୟଲିଶା ମହାନ୍ତି, ମହମ୍ମଦ ୱାଇସ ରାଜା଼, ଅର୍ଷି ରାଜା ଓ ବରିଷ୍ଠ ସମାଜସେବୀ ହବିବୁର ରହେମନ୍ ପରିଚାଳନା କରିଥିବାବେଳେ ସାମ୍ବାଦିକ ବନ୍ଧୁମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା l ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button