ଓଡିଶା ସମେତ ୭ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କଲେ ଏସସି କଲେଜିୟମ

ନୂଆଦିଲ୍ଲୀ/ଭୁବନେଶ୍ଵର: ଦୁଇଜଣ ବିଚାରପତିଙ୍କ ବ୍ୟତୀତ ସାତୋଟି ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଏଥିମଧ୍ୟରୁ ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଣିପୁର, ବମ୍ବେ ଏବଂ ଗୁଜୁରାଟର ହାଇକୋର୍ଟ ଅଛନ୍ତି, ଯେଉଁଠାରେ ସ୍ଥାୟୀ ମୁଖ୍ୟ ବିଚାରପତି ନିଯୁକ୍ତ ହେବେ। ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ତିନିଜଣ ବରିଷ୍ଠ ବିଚାରପତି କଲେଜିୟମଙ୍କ ସୁପାରିଶ ଅନୁଯାୟୀ ଆହ୍ଲାବାଦ ହାଇକୋର୍ଟର ବିଚାରପତି ସୁନୀତା ଅଗ୍ରୱାଲଙ୍କୁ ଗୁଜୁରାଟ ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ଆଶିଷ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟ, ଓଡ଼ିଶାର ବିଚାରପତି ଭାବରେ କାର୍ଯ୍ୟ କରୁଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ସୁପାରିଶ କରାଯାଇଛି।  ସେହିଭଳି ଦିଲ୍ଲୀ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସିଦ୍ଧାର୍ଥ ମୃଦୁଲଙ୍କୁ ମଣିପୁର ହାଇକୋର୍ଟର ପ୍ରଧାନ ବିଚାରପତି, ବମ୍ବେ ହାଇକୋର୍ଟର ଜଷ୍ଟିସ ଧୀରଜ ସିଂ ଠାକୁରଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପ୍ରଧାନ ବିଚାରପତି, ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏବଂ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଲୋକ ଅରାଧେଙ୍କୁ ତେଲେଙ୍ଗନା ହାଇକୋର୍ଟର ମୁଖ୍ୟ ବିଚାରପରତି ଭାବେ ନିଯୁକ୍ତି କରିବାକୁ ସୁପାରିଶ ଦିଆଯାଇଛି। କଲେଜିୟମର ସୁପାରିଶକୁ ଗ୍ରହଣ କରିବା ପରେ ଜଷ୍ଟିସ ତାଳପତ୍ର ତ୍ରିପୁରା ହାଇକୋର୍ଟର ପ୍ରଥମ ବିଚାରପତି ହେବେ, ଯିଏ ପ୍ରଧାନ ବିଚାରପତି ହେବେ।

Related Articles

Leave a Reply

Your email address will not be published.

Back to top button